୨୦୨୦ରେ ଭଲ ଖବର: ସେନ୍ସେକ୍ସ ୩୩୭ ପଏଣ୍ଟ ବୃଦ୍ଧି
ମୁମ୍ବାଇ, (ଓଟି): ଗତ ଦୁଇଦିନ ଧରି ଘରୋଇ ଶେୟାର ବଜାର ଉତ୍ସାହଜନକ ରହିଥିଲା । ତେବେ ଗୁରୁବାର କାର୍ଯ୍ୟ ଦିବସରେ ପ୍ରମୁଖ ବିଏସ୍ଇ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟି ଅନ୍ତର୍ଭୁକ୍ତ କମ୍ପାନୀଗୁଡିକ ଉତ୍ତମ କାରବାର ହୋଇଥିବା ଜଣାପଡ଼ିଛି । ବିଶେଷକରି ବ୍ୟାଙ୍କିଙ୍ଗ ଓ ମେଟାଲ୍ କ୍ଷେତ୍ରରେ ଶେୟାରର ଉତ୍ତମ କାରବାର ଯୋଗୁଁ ବିଏସ୍ଇ ସେନ୍ସେକ୍ସରେ ୩୩୭.୦୯ ପଏଣ୍ଟକୁ ବୃଦ୍ଧି ଘଟିଛି । କାରବାର ଆରମ୍ଭ ହେବା ପରେ ସେନ୍ସେକ୍ସ ସ୍ଥିତିରେ ୩୪୩.୨୭ ପଏଣ୍ଟ ବୃଦ୍ଧି ଘଟି ଏହା ୪୧,୬୪୯.୨୯ ପଏଣ୍ଟ ଛୁଇଁଥିଲା ।
ତେବେ ପରେ କିଛି ମାତ୍ରାରେ ହ୍ରାସ ଘଟିବା ସହିତ କାରବାର ଶେଷ ବେଳକୁ ୪୧,୬୪୩.୧୧ ପଏଣ୍ଟରେ ବନ୍ଦ ପଡ଼ିଥିଲା । ସେହିପରି ନିଫ୍ଟିରେ ୧୦୭.୪ ପଏଣ୍ଟ ବୃଦ୍ଧି ସହିତ ଏହା କାରବାର ଶେଷ ବେଳକୁ ୧୨,୨୮୯.୯୦ ପଏଣ୍ଟରେ ବନ୍ଦ ରହିଛି । ଗୁରୁବାର କାରବାରରେ ଟାଟା ମୋଟର୍ସ, ଟାଟା ଷ୍ଟିଲ୍, ଅଲ୍ଟ୍ରାଟେକ୍ ସିମେଣ୍ଟ, ଜେଏସ୍ଡବ୍ଲ୍ୟୁ ଷ୍ଟିଲ ଏବଂ ଇଣ୍ଡସ୍ଇଣ୍ଡ ବ୍ୟାଙ୍କର କାରବାରରେ ୩.୨୮ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ଏଇଚର୍ ମୋଟର୍ସ, ଭାରତ ପେଟ୍ରୋଲିୟମ, ବଜାଜ୍ ଅଟୋ,ସିପ୍ଲା ଏବଂ ଟିସିଏସ୍ର କାରବାରରେ ୦.୪୯ ପ୍ରତିଶତ ହ୍ରାସ ଘଟିଛି । (ଏସ୍ପି)