ଏଥର କେଉଁମାନଙ୍କୁ ହରାଇବ ବିଧାନସଭା

ଦୀର୍ଘକାଳ ହେଲା ବିଧାନସଭାର ସଦସ୍ୟ ହୋଇ ରହିଥିବା ଅନେକ ନେତା ଏଥର ଆଉ ଫେରିବେ ନାହିଁ। ନିର୍ବାଚନରେ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏମାନେ କିଏ? ଅବଶ୍ୟ ନିର୍ବାଚନର ଫଳାଫଳ ପ୍ରକାଶ ପାଇ ନାହିଁ କିନ୍ତୁ ଟ୍ରେଣ୍ଡ ଯାହା କହୁଛି ଏମାନଙ୍କୁ ପରାଜୟ ମୁହଁ ଦେଖିବାକୁ ପଡ଼ିପାରେ। ଅପରାହ୍ଣ ତିନିଟା ସୁଦ୍ଧା ଯେଉଁ ବିଶିଷ୍ଟ ନେତାମାନେ ପଛରେ ପଡ଼ିଛନ୍ତି ସେମାନେ ହେଲେ,

ପାରାଦୀପର ଡ. ଦାମୋଦର ରାଉତ, ବଡ଼ଚଣାର ଅମର ଶତପଥୀ, ବାରିପଦାର ସରୋଜିନି ହେମ୍ବ୍ରମ, ବ୍ରହ୍ମଗିରିର ସଞ୍ଜୟ ଦାସବର୍ମା, ଦେବଗଡ଼ର ଭୁଜବଳ ମାଝି, ମାଲକାନଗିରି ମୁମୁନ୍ଦ ସୋଡି, ରାଜଗାଙ୍ଗପୁରର ମଙ୍ଗଳା କିସାନ, ପୁରୀର ମହେଶ୍ଵର ମହାନ୍ତି, ସୁନ୍ଦରଗଡ଼ ଯୋଗେଶ ସିଂହ, ସମ୍ବଲପୁରର ରାସେଶ୍ଵରୀ ପାଣିଗ୍ରହୀ, ଧାମ ନଗରରାଜେନ୍ଦ୍ର ଦାସ, କରଞ୍ଜିଆରେ ବାସନ୍ତୀ ହେମ୍ବ୍ରମ,
ଭବାନୀ ପାଟଣାର ଦୁସ୍ମନ୍ତ ନାୟକ।

ଏମାନଙ୍କ ଭିତରେ ଅନେକ କ୍ଷେତ୍ରରେ ଭୋଟ୍‌ ତଫାତ ନଗଣ୍ୟ ରହିଛି। ଅର୍ଥାତ୍‌ କେଉଁ ମୁହୂର୍ତ୍ତରେ ବି ସେମାନେ ପୁଣିଥରେ ବିଜୟ ମୁହଁ ଦେଖିପାରନ୍ତି।

Leave a Reply

Your email address will not be published.