ରହସ୍ୟଘେରରେ ସେଲ୍ଫି ବେବୋ ନାୟିକାଙ୍କ ମୃତ୍ୟୁ
ସମ୍ବଲପୁର, (ପ୍ରଫୁଲ୍ଲ ଦାଶ): ଚର୍ଚିିତ ଆଲ୍ବମ୍ ‘ସେଲ୍ଫି ବେବୋ’ର ନାୟିକା ସିମରନ୍ ମିରିହାଙ୍କ କ୍ଷତାକ୍ତ ମୃତଦେହ ବୁର୍ଲା ମହାନଦୀ ବ୍ରିଜ୍ତଳୁ ଉଦ୍ଧାର କରାଯାଇଛି। ଯେଉଁ ଅବସ୍ଥାରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି ତାହା ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରୁଛି ବୋଲି ସିମ୍ରନ୍ଙ୍କ ବାପା ଓ ମା’ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁସାରେ ସିମ୍ରନ୍ଙ୍କ ପ୍ରେମିକ ଏଥିରେ ଜଡ଼ିତ। ଏଣୁ ପୁଲିସ ତାଙ୍କୁ ଗିରଫ କରି ତଦନ୍ତ ଚଳାଇବାକୁ ସେ ଅନୁରୋଧ କରିଛନ୍ତି।
ଝାରସୁଗୁଡ଼ା ମଙ୍ଗୂବଜାରରେ ସିମ୍ରନ୍ଙ୍କ ଘର। ବୟାସ ୧୭ ହେବ। ଯୁକ୍ତ ଦୁଇ ପଢ଼ୁଥିବା ଏହି ଛାତ୍ରୀ ସେଲ୍ଫି ବେବୋ ଆଲ୍ବମ୍ରେ ନୃତ୍ୟକରି ଯଥେଷ୍ଟ ପରିଚିତ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ ଭାବାନୀପାଟଣାର ମହାବୀର ଯୁବକସଂଘ ଦ୍ଵାରା ଆୟୋଜିତ ଏକ ନୂଆବର୍ଷ ଅର୍କେଷ୍ଟ୍ରା ଶୋ’ରେ ସେ ଯୋଗ ଦେଇଥିଲେ। ଦୁଇ ତାରାିଖରେ ସେ ଘର ଅଭିମୁଖେ ବାହାରିଥିଲେ। ହେଲେ ନପହଞ୍ଚିବାରୁ ଘର ଲୋକେ ବ୍ୟସ୍ତ ହୋଇଥିଲେ। ଆଜି ସକାଳୁ ପୁଲିସଠାରୁ ଖବର ପାଇଁ ଉଭୟ ପିତାମାତା ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଚିହ୍ନଟ କରିଛନ୍ତି।
ହାଇହିଲ୍ ଜୋତା, ଜ୍ୟାକେଟ୍ ଓ ଜିନ୍ସ ପିନ୍ଧା ସିମ୍ରନ୍ଙ୍କ ମୃତ ଦେହରୁ ଗୋଟିଏ ଭ୍ୟାନିଟି ବ୍ୟାଗ୍ ଜବତ କରାଯାଇଛି। ଏଥିରେ ଦୁଇଟି ରେଳ ଟିକେଟ୍ ରହିଛି। ଗୋଟଇ, କେସିଙ୍ଗାରୁ ଝାରସୁଗୁଡ଼ା ପାଇଁ କଟାଯାଇଥିବା ବେଳେ ଅନ୍ୟଟି ଝାରସୁଗୁଡ଼ାରୁ କେସିଙ୍ଗା କଟା ଯାଇଛି। ଏପରି ସ୍ଥଳରେ ସେ ବୁର୍ଲା କିପରି ପହଞ୍ଚିଲେ ତାହା ଚର୍ଚାର ବିଷୟ।