ରାଜ୍ୟର ଆଉଏକ ଜିଲ୍ଲାରେ ‘୧୪୪’
ଯାଜପୁର(ଓଟି): ରାଜ୍ୟର ଗଞ୍ଜାମ, ଖୋର୍ଦ୍ଧା, ରାୟଗଡ଼ା, ଢେଙ୍କାନାଳ ପରେ ଯାଜପୁର ଜିଲ୍ଲାରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି। କରୋନାକୁ ମୁକାବିଲା ନେଇ ସମସ୍ତ ଜିଲ୍ଲା ପ୍ରଶାସନ ଖୁବ୍ ସତର୍କ ରହିବା ସହ ନିଜ ଦାୟିତ୍ଵରେ ଲାଗିପଡିଛନ୍ତି। ସେହିପରି ରାଜ୍ୟ ସରକାର ମଧ୍ୟ ନିଜର କର୍ତ୍ତବ୍ୟ କରିଚାଲିଛନ୍ତି ।
ମହାବାରୁଣୀ ସ୍ନାନ ବନ୍ଦ
ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ସମସ୍ତ ଧାର୍ମିକ ସମାବେଶ ଉପରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି ଜିଲ୍ଲାପାଳ। ସେହିପରି ୨୧ରେ ହେବାକୁ ଥିବା ମହାବାରୁଣୀ ସ୍ନାନକୁ ବନ୍ଦ ଘୋଷଣା କରାଯାଇଛି। ଏପରିକି ପ୍ରସିଦ୍ଧ ମା’ ବିରଜା ମନ୍ଦିରକୁ ଆସୁଥିବା ସମସ୍ତ ବାହାର ରାଜ୍ୟର ପର୍ଯ୍ୟଟକ ଗାଡ଼ିକୁ କୁଆଖିଆଠାରୁ ଫେରାଇ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ସମଗ୍ର ଜିଲ୍ଲାରେ ୧୪୪ ଧାରା ବଳବତ୍ତର ରହିବ ବୋଲି ଜଣାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର କରୋନା ୱାର୍ଡ ପ୍ରସ୍ତୁତ କରାଯାଇଛି।