୫ ଦିନ ଯାଏ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ୱର(ଓଟି): ସୁନ୍ଦର ପରିବେଶ ଓ ଫୁଲର ସମାହାର ବୁଲି ଦେଖିବା ପାଇଁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ କେତେଦିନ ରାଜଭବନ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିଥାଏ । ଠିକ୍ ସେହିପରି ଲୋକସେବା ଭବନ ବୁଲି ଦେଖିବାକୁ ସୁଯୋଗ ମିଳିବ । ସମ୍ପ୍ରତି ଶୀତଦିନିଆ ବିଭିନ୍ନ ଫୁଲର ସମ୍ଭାରରେ ଲୋକସେବା ଭବନର ଉଦ୍ୟାନ ଖୁବ୍ ଆକର୍ଷଣୀୟ ହୋଇଛି । ତେଣୁ ଏହି ଶୋଭାକୁ ସାଧାରଣ ଜନତା ବୁଲି ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି । ଜାନୁଆରୀ ୧୧,୧୨, ୧୯, ୨୫ ଓ ୨୬ ତାରିଖ ଅପରାହ୍ଣ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଲୋକସେବା ଭବନ ଦ୍ୱାର ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦିଷ୍ଟ ଦିନ ନିର୍ଦ୍ଧାରିତ ସମୟରେ ଲୋକେ ଭବନର ଏକ ନମ୍ବର ଗେଟ୍ ଦେଇ ପ୍ରବେଶ କରିପାରିବେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *