ଫାଶୀ ଅନିବାର୍ଯ୍ୟ, ବିନୟର ଆବେଦନ ଖାରଜ

ନୂଆଦିଲ୍ଲୀ(ଓଟି): ଦୋଷୀ ବିନୟର ମାନସିକ ସ୍ଥିତିକୁ ଦୃଷ୍ଟିରେ ନରଖି ରାଷ୍ଟ୍ରପତି ରାଜକ୍ଷମା ଆବେଦନ ଖାରଜ କରିଛନ୍ତି। ବିନୟର ମାନସିକ ସ୍ଥିତି ଠିକ ନଥିବାରୁ ତା’କୁ ଫାଶୀ ଦଣ୍ଡରୁ ରକ୍ଷା କରାଯିବା ଉଚିତ। ବିନୟକୁ ବଞ୍ଚାଇବା ପାଇଁ ଓକିଲ ଏପି ସିଂହ ଏଭଳି ଯୁକ୍ତି ଉପସ୍ଥାପନା କରିଥିଲେ। କିନ୍ତୁ ସବୁ ଉଦ୍ୟମକୁ ଖଣ୍ଡନ କରିଛନ୍ତି ସୁପ୍ରିମ୍‌ କୋର୍ଟ। ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏଏସ୍‌ ବୋପାନ୍ନାଙ୍କ ଖଣ୍ଡପୀଠ ବିନୟ ପାଇଁ ଯୁକ୍ତିକୁ ଗ୍ରହଣ କରିନଥିଲେ। ସେହିପରି ସଲିସିଟର ଜେନେରାଲ ମଧ୍ୟ ବିନୟ ଏକଦମ୍‌ ସୁସ୍ଥ ଓ ମାନସିକ ସ୍ତରରେ ସ୍ଥିର ଥିବା କୋର୍ଟଙ୍କୁ ଜଣାଇଥିଲେ। ଫଳ ସ୍ଵରୂପ ବିନୟର କ୍ଷମା ଆବେଦନ ଖାରଜ କରାଯିବା ନେଇ ଖଣ୍ଡପୀଠ ଘୋଷଣା କରିଥିଲେ। ଏହା ଦ୍ଵାରା ବିନୟ ଫାଶୀ ପାଇବା ଅନିବାର୍ଯ୍ୟ ହୋଇଛି।

‘ନିର୍ଭୟା’ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାର ଆବେଦନକୁ ସୁପ୍ରିମକୋର୍ଟ ୩ ଦିନ ଏହାର ଶୁଣାଣି କରିବା ପରେ ଆଜି ଖାରଜ କରିଦେଇଛନ୍ତି। ପୂର୍ବରୁ ଅନ୍ୟତମ ଦୋଷୀ ମୁକେଶ ଓ ଅକ୍ଷୟର ଆବେଦନ ମଧ୍ୟ ଖାରଜ ହୋଇଥିବାବେଳେ କେବଳ ପବନ ଗୁପ୍ତା ପାଇଁ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନର ବିକଳ୍ପ ରହିଛି।

ଅନ୍ୟପକ୍ଷରେ ଆସନ୍ତା ସୋମବାର ପଟିଆଲା ହାଉସ୍ କୋର୍ଟ ବିନୟ ପାଇଁ ନୂଆ ଡେଥ୍ ୱାରେଣ୍ଟ ଜାରି କରିପାରନ୍ତି।

Leave a Reply

Your email address will not be published.