ମୁଖପାତ୍ରଙ୍କୁ ମୁଖପାତ୍ରଙ୍କ ଜବାବ: ‘ଶାଳୀନତା ଭୁଲୁଛନ୍ତି ଲେଖାଶ୍ରୀ’

ଭୁବନେଶ୍ୱର,(ଓଟି): ବିଜେପି ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଶାଳୀନତା ଭ୍‍ଗ ଅଭିଯୋଗ ଆଣିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ଡ.ସସ୍ମିତ ପାତ୍ର । ସେ କହିଛନ୍ତି ଲେଖାଶ୍ରୀଙ୍କ ବିଜେଡିରେ ଯୋଗଦାନ ନିବେଦନ ଅଗ୍ରାହ୍ୟ ହେବା ପରେ ସେ ହତୋତ୍ସାହିତ ହୋଇଛନ୍ତି । ପ୍ରତିହିଂସା ପର୍ରାଣ ହୋଇ ବ୍ୟକ୍ତିଗତ ରାଗ ଶୁଝାଇବାକୁ ଚାହିଁଛନ୍ତି । ଏଣୁ ସେ ଏପଟ ସେପଟ ମନ୍ତବ୍ୟ ରଖୁଛନ୍ତି ।

ବିଜେଡି ଟିକେଟ୍‌ ମାଗିଥିଲେ ଲେଖାଶ୍ରୀ


ଯାଜପୁରରେ ସ୍ମିତାରାଣୀ ଗଣଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗକୁ ସାମ୍ବାଦିକଙ୍କସାମ୍ନାରେ ଉତ୍‍ଥାପନ କରିବାକୁ କିଛିସମୟ ପରେ ବିଜେଡି ଏହି ଅଭିଯୋଗ ଆଣିଛି । ଡକ୍ଟର ପାତ୍ର କହିଛନ୍ତି ଯେ, ୨୦୧୪ ଓ ୨୦୧୯ରେ ଲେଖାଶ୍ରୀ ବିଜେଡି ଟିକଟ ଖଣ୍ଡିଏ ପାଇବାପାଇଁ ସେ ଉଦ୍ୟମ କରିଥିଲେ । ହେଲେ ବିଜେଡି ଏଥିରେ ରାଜି ନହେବାରୁ ସେ ହତୋତ୍ସାହିତ ହୋଇଯାଇଛନ୍ତି । ୨୦୧୯ ମସିହାରେ ଯେତେବେଳେ ତୁଷାରକାନ୍ତି ବେହେରା ଓ ଭାଗିରଥୀ ସେଠୀ ବିଜେଡିରେ ଯୋଗଦେଲେ ସେତେବେଳେ ଲେଖାଶ୍ରୀ ଏବେକାର ବିଜେଡି ସାଧାରଣ ସମ୍ପାଦକ(ସଂଗଠନ) ପ୍ରଣବ ପ୍ରକାଶ ଦାସଙ୍କୁ ଦଳରେ ମିଶିବାପାଇଁ ଅନୁରୋଧ କରିଥିଲେ । କିନ୍ତୁ ତାଙ୍କର ଅତୀତ କାର୍ଯ୍ୟକଳାପକୁ ଅନୁଧ୍ୟାନ କଲାପରେ ବିଜେଡି ତାଙ୍କୁ ଗ୍ରହଣ କରିନଥିଲା । ଏଥିପାଇଁ ସେବେଠାରୁ ସେ ପ୍ରତିହିଂସା ପରାୟଣ ଏବଂ କ୍ରୋଧିତ ହୋଇପଡିଥିବାବେଳେ ଏବେ ରୁଚିହୀନ ମନ୍ତବ୍ୟମାନ ଦେଉଛନ୍ତି । ଏପରିକି ଦଳରେ ମିଶିବାପାଇଁ ଯେଉଁମାନଙ୍କୁ ସେ କାକୁତି ମିନତି ହେଉଥିଲେ ତାଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବାକୁ ବି ପଛଉ ନାହାନ୍ତି ।

ମହିଳାଙ୍କ ପ୍ରତି ହିଂସା ସମ୍ବେଦନଶୀଳ


ଡକ୍ଟର ପାତ୍ର କହିଛନ୍ତି ଯେ, ମହିଳା ହିଂସା ଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି ନକରିବାପାଇଁ ବିଜେଡି ବାରମ୍ବାର କହି ଆସିଛି । ହେଲେ ଦୁର୍ଭଗ୍ୟର କଥା ବିଜେପି ନେତାମାନେ ଏଭଳି ଘଟଣାକୁ ନେଇ ଅତ୍ୟନ୍ତ ନିମ୍ନରୁଚିର ରାଜନୀତି କରୁଛନ୍ତି । ଯଦି ଏଭଳି ସ୍ପର୍ଶକାତର ଘଟଣାରେ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ବିଜେପି ନିକଟରେ କିଛି ତଥ୍ୟ ପ୍ରମାଣ ଥାଏ ତେବେ ତାହାକୁ ପୁଲିସ୍‍, ଅଦାଲତଙ୍କୁ ଦେବା ସହିତ ସର୍ବସାଧାରଣରେ ପ୍ରକାଶ ଲାଗି ଡକ୍ଟର ପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *