ଶଶିଭୂଷଣ ବେହେରା କେନ୍ଦ୍ରାପଡ଼ା ବିଜେଡି ପ୍ରାର୍ଥୀ

ବିଜେଡି ଆଜି ରାତିରେ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କେନ୍ଦ୍ରାପଡ଼ା ଆସନରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଜେଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଜେଡି ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କେନ୍ଦ୍ରାପଡ଼ା ଆସନକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଝୁଲାଇ ରଖିଥିଲା। କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାକୁ ସଜବାଜ ହେଉଥିବାବେଳେ ବିଜେଡି ପକ୍ଷରୁ ଶଶିଙ୍କୁ ପ୍ରାର୍ଥୀ କରାଯାଇଛି।

ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଏବଂ ରାଜ୍ୟ ସରକାରରେ ଅର୍ଥମନ୍ତ୍ରୀ ଶଶିଭୂଷଣଙ୍କ ଟିକେଟ କାଟି ବିଜେଡି ଜୟଦେବରେ ଅରବିନ୍ଦ ଢାଲିଙ୍କୁ ଟିକେଟ ଦେଇଥିଲା। ଏଥିରେ ଶଶିଭୂଷଣ ବେହେରା ଭାଙ୍ଗି ପଡ଼ି ନଥିଲେ। ଦଳ ପ୍ରତି ତାଙ୍କର ଭରସା ଥିଲା ଯେ, ଚଳିତ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ମିଳିବ। ଏହାପୂର୍ବରୁ ୧୪୬ ଆସନରେ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ କେନ୍ଦ୍ରାପଡା ଆସନ ପାଇଁ ଅଙ୍କ ଛିଣ୍ଡୁନଥିଲା ।

ଶଶୀଭୂଷଣଙ୍କ ଶ୍ୱଶୁରଘର ହେଉଛି କେନ୍ଦ୍ରାପଡା । ତେଣୁ ତାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରି ଦଳ ଅନ୍ତଃକନ୍ଦଳକୁ ପ୍ରଶମିତ କରିବା ସହ ଶଶୀଙ୍କୁ ମଧ୍ୟ ମନାଇ ପାରିଛି । ଏହି ଆସନ ପାଇଁ କିଶୋର ଓ ସିପ୍ରା ଆଶାୟୀ ଥିଲେ ମଧ୍ୟ ଦୁହିଁଙ୍କୁ ନେଇ ବଡ ଦ୍ୱନ୍ଦ୍ୱରେ ରହିଥିଲା ଦଳ । କିଶୋର ପୂର୍ବରୁ ବିବାଦୀୟ ଥିବା ବେଳେ ସିପ୍ରାଙ୍କୁ ପ୍ରାର୍ଥୀ କରିଥିଲେ ଦଳରେ ଅନ୍ତଃକନ୍ଦଳ ବଢିଥାନ୍ତା । ତେଣୁ ଦୁହିଁଙ୍କୁ ବାଦ୍ ଦେଇ ଶଶୀଭୂଷଣଙ୍କୁ କେନ୍ଦ୍ରାପଡାରେ ଟିକେଟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ବିଜେଡି ସୁପ୍ରିମୋ । ଜୟଦେବ ଆସନରୁ ବିଧାୟକ ଥିବା ଶଶୀଭୂଷଣଙ୍କ ଟିକେଟ କଟିବା ପରେ ତାଙ୍କୁ କେନ୍ଦ୍ରାପଡାରୁ ଟିକେଟ ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ଇଣ୍ଡିଆ ଟିଭି ସର୍ଭେ : ବିଜେଡି-୧୦୦, ବିଜେପି-୩୧, କଂଗ୍ରେସ-୦୯

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର


Leave a Reply

Your email address will not be published.