ବିଜେପିରେ ସରୋଜ ପାଢ଼ୀ ଓ ତିଳୋତ୍ତମା ନାୟକ
ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ବିଜେପିରେ ଅନ୍ୟ ଦଳର ନେତାଙ୍କ ମିଶ୍ରଣ ସେତିକି ବୃଦ୍ଧି ପାଇବାରେ ଲାଗିଛି। ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ଯୋଗଦାନ ପରେ ଅନେକ ନେତା ଯୋଗ ଦେଇଥିବାବେଳେ ଆହୁରୀ ଯୋଗ ଦେବାକୁ ଲାଇନରେ ଅଛନ୍ତି। ଆଜି ବିଜେପିରେ ସାମିଲ ହୋଇଛନ୍ତି ଗଂଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ। ଏହାସହ ପୂର୍ବତନ ମହିଳା କମିଶନର ସଦସ୍ୟା ତିଳୋତ୍ତମା ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
ବିଜେଡିର ଗଡ କୁହାଯାଉଥିବା ଗଞ୍ଜାମରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ଲାଗିଥିବା ବିଜେପିକକୁ ପାଇଁ ଖୁସି ଖବର ଆସିଛି। ବିଜେପିରେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ଯୋଗଦେବା ଜିଲ୍ଲାରେ ବିଜେପିକୁ ଆହୁରୀ ମଜଭୂତ କରିବ।
ବହୁ ବିବାଦ ପରେ ନିକଟରେ ବିଜେଡରୁ ଇସ୍ତଫା ଦେଇଥିବା ମହିଳା କମିସନର ପୂର୍ବତନ ସଦସ୍ୟ ତିଳୋତ୍ତମା ନାୟକ ବି ବିଜେପିରେ ଯୋଗ ଦେଇଛନ୍ତି। ଏହା ଦ୍ୱାରା କନ୍ଧମାଳରେ ଦଳର ସଂଗଠନ ଆହୁରୀ ସୁଦୃଢ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ପ୍ରଥମ ଓଭରରୁ ଛକା ମାରିଛୁ,ଦେଖନ୍ତୁ କେତେ ସ୍କୋର ହେଉଛି : ବୈଜୟନ୍ତ

ଦାମୋଦର ରାଉତ ବିଜେପିରେ ମିଶିବା ନେଇ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ବୈଜୟନ୍ତ ପଣ୍ଡା କହିଛନ୍ତି ଯେ ପ୍ରଥମ ଓଭରରେ ହି ଛକା ମାରିଛୁ ଆହୁରୀ ବହୁ ଓଭର ବାକି ଅଛି। ଦେଖନ୍ତୁ କେତେ ସ୍କୋର ହେଉଛି। ଆଗକୁ ଅନେକ ବରିଷ୍ଠ ବିଜେପିକୁ ନେତା ଆସିବେ ଏବଂ ରାଜ୍ୟରେ ପରିବର୍ତ୍ତନ ହେବ ।
ଶନିବାର ମିଶିବେ ବଳଭଦ୍ର ମାଝୀ ଓ ପ୍ରକାଶ ବେହେରା

ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବେ ବୋଲି ଜଣାପଡ଼ିଛି। ସେହିପରି ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ମଧ୍ୟ ଆସନ୍ତାକାଲି ବିଜେପିରେ ସାମିଲ ହେବେ।