#OdishaFightsCorona ସରପଞ୍ଚ ନେଲେ ଶପଥ: ବହିରାଗତଙ୍କୁ ଗାଁ ମନା, ୧୪ ଦିନ ଏକାନ୍ତବାସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ କ୍ଷମତା ପ୍ରଦାନ କରିବା ସହ ସେମାନଙ୍କୁ ଜଣେ ଜଣେ ପ୍ରତିଶୃତିସମ୍ପନ୍ନ ଯୋଦ୍ଧା ଭାବେ କାର୍ଯ୍ୟ କରିବା ଲାଗି ଶପଥପାଠ କରାଇଛନ୍ତି। ଏହିକ୍ରମରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭୯୮ ପଞ୍ଚାୟେତର ସରପଞ୍ଚଙ୍କୁ ନିଜ ଦାୟିତ୍ଵର ଶପଥପାଠ କରାଇଛନ୍ତି। ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ଗାଁରେ କୌଣସି ହାଲତରେ ନ ପୂରାଇ ଦେବାର ଶପଥ ସେମାନେ ନେଇଛନ୍ତି। ଏହି ଲୋକଙ୍କୁ ବାଧ୍ୟତାମୂଳକ କ୍ଵାରେଣ୍ଟିନ୍‌ରେ ରଖିବା ସହ ସେମାନଙ୍କ ରହିବା, ଖାଇବା ଚିକିତ୍ସାର କରାଇବା ଲାଗି ସରପଞ୍ଚ ମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିବଦ୍ଧତା ଜଣାଇଛନ୍ତି।

କକରୋନାକୁ ରୋକିବା ପାଇଁ ସରକାରଙ୍କ ସବୁ ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କରୋନା ରୋକିବା ପାଇଁ ଦିଆଯାଇଥିବା ଦାୟିତ୍ୱ ଓ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବାକୁ ସରପଞ୍ଚମାନେ ଶପଥ ନେଇଛନ୍ତି।

ତୃଣମୂଳ ସ୍ତରରେ ଯେଭଳି କରୋନାର ଗତିରୋଧ କରାଯାଇପାରିବ, ସେଥିପ୍ରତି ଦୃଷ୍ଟି ଦେଇ ରାଜ୍ୟର ସମସ୍ତ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ସରପଞ୍ଚଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କ ପ୍ରସ୍ତୁତି ବାବଦରେ ପଚାରି ବୁଝିଥିଲେ। ବ୍ଲକ୍‌ ଅଫିସରେ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।

 

Leave a Reply

Your email address will not be published. Required fields are marked *