ଖୁବ୍ ଶୀଘ୍ର ଆସିବ ବରୁଣ-ସାରା ଯୋଡ଼ି
‘କେଦାରନାଥ୍’ରୁ ବଲିଉଡ୍ ଡେବ୍ୟୁ କରିଥିବା ସାରା ଇତିମଧ୍ୟରେ ସଫଳତାର ଅନେକ ପାହାଚ ଚଢିସାରିଲେଣି । ଏବେ ତାଙ୍କ ହାତରେ ଆଉ ଏକ ସଫଳତା ଧରା ଦେଇଥିବାର ଚର୍ଚ୍ଚା ହେଉଛି । ବଲିଉଡ୍ର ଆଗାମୀ ଫିଲ୍ମରେ ସାରା ଦକ୍ଷ ଅଭିନେତା ବରୁଣ ଧୱନଙ୍କ ସହିତ ସ୍କ୍ରୀନ୍ ସେୟାର୍ କରିବାକୁ ଯାଉଛନ୍ତି । ୯୦ ଦଶକର ସୁପର୍ହିଟ୍ ଫିଲ୍ମ ‘କୁଲି ନଂ ୧’ର ରିମେକରେ ବରୁଣ ଓ ସାରାଙ୍କ ଅନ୍ସ୍କ୍ରୀନ୍ କେମେଷ୍ଟ୍ରୀ ଦେଖିବାକୁ ମିଳିବ । ଲୋକପ୍ରିୟ ନିର୍ଦ୍ଦେଶକ ଡେଭିଡ୍ ଧୱନ୍ ନିକଟରେ ଏ ସମ୍ପର୍କରେ କିଛି ହିଣ୍ଟସ୍ ଦେଇଥିଲେ । ଔପଚାରିକ ଭାବେ ଫିଲ୍ମର ଘୋଷଣା ହୋଇନଥିଲେ ମଧ୍ୟ ଏହାର ପ୍ଲାନିଙ୍ଗ୍ ଅଛି ବୋଲି ଡେଭିଡ୍ କହିଥିଲେ । ବରୁଣ ଏହି ଫିଲ୍ମରେ କମେଡ଼ି କରୁଥିବାର ଦେଖିବାକୁ ମିଳିବ ।
ଫିଲ୍ମର ଡାଇଲଗ୍ ରାଇଟର୍ ଫରହାଦ୍ ଏ ସମ୍ପର୍କରେ କହିଛନ୍ତି ଯେ ‘ବରୁଣଙ୍କୁ ଫିଲ୍ମର ସଂଳାପ ଖୁବ୍ ପସନ୍ଦ ଆସିଛି । ସେ ଗୋଟିଏ ଦୁଇଟି ସଂଳାପ ଶୁଣିବା ମାତ୍ରେ ରିହରସଲ୍ ପାଇଁ ମୋ ଠାରୁ ଏହାର ଏକ କପି ମାଗି ନେଇଛନ୍ତି’ । ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି ଡେଭିଡ୍ ଧୱନ୍ କହିଛନ୍ତି । ସୁଶାନ୍ତ ସିଂ ରାଜପୁତ ଓ ରଣବୀର୍ ସିଂଙ୍କ ପରେ ବରୁଣ ଓ ସାରାଙ୍କ ଯୋଡ଼ି ସିନେପ୍ରେମୀଙ୍କୁ ଫିଲ୍ମ ପ୍ରତି ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି ।