ଧରା ପଡ଼ିଲେ ସାରା-କାର୍ତ୍ତିକ
ଆଜିକାଲି ସାରା ଅଲ୍ଲୀ ଖାନ୍ ଓ କାର୍ତ୍ତିକ ଆର୍ଯ୍ୟନ୍ ଇମତିଆଜ୍ ଅଲ୍ଲୀଙ୍କ ଆଗାମୀ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ସିମଲାରେ ଏହାର ସୁଟିଂ ଚାଲୁରହିଛି । ଖବର ଆସିଛି ଯେ ବିଜି ସୁଟିଂ ସେଡ୍ୟୁଲରୁ ସମୟ ବାହାର କରି ସାରା ଓ କାର୍ତ୍ତିକ ବୁଲିବା ପାଇଁ ଯାଇଥିଲେ । ଏହି ଦୁଇ ତାରକା ମୁହଁରେ ରୁମାଲ୍ ବାନ୍ଧି ଯାଇଥିଲେ ମଧ୍ୟ ପ୍ରଶଂସକ ସେମାନଙ୍କର ଫେବରାଇଟ୍ ତାରକାଙ୍କୁ ଜାଣିପାରିଥିଲେ । ପ୍ରଥମେ କେହି ସେମାନଙ୍କୁ ଜାଣିପାରିନଥିଲେ । ସେମାନେ ଅନେକ ଫଟୋ ଉଠାଇଥିଲେ ଏବଂ ସିମଲାର ରାଜରାସ୍ତାରେ ଏହି ଯୋଡ଼ି ଖୁବ୍ ମଜାମସ୍ତି କରିଥିଲେ । ସାରା ଓ କାର୍ତିକଙ୍କ ଏଭଳି କାର୍ଯ୍ୟକଳାପ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ଆଣିଥିଲା ଏବଂ ଏହି ତାରକାଦ୍ୱୟ ଧରାପଡ଼ିଥିଲେ ।
ସାରା ଓ କାର୍ତିକଙ୍କ ଉପସ୍ଥିତି ସ୍ଥାନୀୟ ଲୋକଙ୍କ ମନରେ ଅପୂର୍ବ ଖୁସି ନେଇ ଆସିଥିଲା । ସେମାନେ ଏହି ଯୋଡ଼ି ସହିତ ସେଲଫି ନେବା ସହ ସେଗୁଡ଼ିକୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି, ଯାହାକି ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଇମତିଆଜଙ୍କ ଫିଲ୍ମର ଟାଇଟେଲ୍ ଏବେ ପର୍ଯ୍ୟନ୍ତ ଠିକ୍ ହୋଇନାହିଁ । କିନ୍ତୁ ଏହା ୨୦୦୯ରେ ରିଲିଜ୍ ହୋଇଥିବା ‘ଲଭ୍ ଆଜ୍ କଲ୍’ର ସିକ୍ୱେଲ୍ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏହି ରୋମାଣ୍ଟିକ୍ ଫିଲ୍ମ ଆସନ୍ତାବର୍ଷ ଭାଲେଣ୍ଟାଇନ୍ ଡେ’ରେ ଫ୍ଲୋରକୁ ଆସିପାରେ ।