ସାରାଅଲ୍ଲୀ ଖାନ୍‌ଙ୍କ ବୟଫ୍ରେଣ୍ଡଙ୍କୁ ଜାଣନ୍ତୁ

ଫିଲ୍ମ ‘କେଦାରନାଥ୍’ରୁ ବଲିଉଡ୍ରେ ପାଦ ଥାପିଥିବା ସାରାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଧୀରେ ଧୀରେ ବଢିବାରେ ଲାଗିଛି । ରଣବୀର୍ଙ୍କ ଅଭିନୀତ ୧୦୦କୋଟି କ୍ଲବ୍ରେ ସାମିଲ୍ ହୋଇଥିବା ‘ସିମ୍ବା’ରେ ସାରାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ହୋଇଥିଲା । ବଲିଉଡ୍ର ନୂଆ ଚେହେରା ଭାବେ ସାରା କ’ଣ ପିନ୍ଧିଲେ, କ’ଣ ଖାଇଲେ, କେଉଁଠିକୁ ଗଲେ, କ’ଣ କିଣିଲେ, କାହା ସହିତ ଗଲେ, ଏସବୁ ଖବର ଏବେ ସିନେ ମହଲର ମୁଖ୍ୟ ଚର୍ଚ୍ଚା ।

ସାରାଙ୍କ ବୟଫ୍ରେଣ୍ଡ୍ ସମ୍ପର୍କରେ ମଧ୍ୟ ସୋସିଆଲ୍ ମିଡିଆରେ ଅନେକ ଖବର ଶୁଣିବାକୁ ମିଳୁଛି । ସୁଶାନ୍ତ ସିଂ ରାଜପୁତଙ୍କ ସହିତ ସାରା ଡେଟ୍ କରୁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କିନ୍ତୁ ସାରା ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ଲଗାଇ ତାଙ୍କ ବୟଫ୍ରେଣ୍ଡଙ୍କ ନାମ ମିଡିଆ ସାମନାକୁ ଆଣିଛନ୍ତି । ସାରାଙ୍କ କହିବା ଅନୁଯାୟୀ ତାଙ୍କର ବୟଫ୍ରେଣ୍ଡଙ୍କ ନାଁ ହେଉଛି ବୀର୍ ପହରିୟା ।

ବୀରଙ୍କ ବ୍ୟତୀତ ତାଙ୍କ ଜୀବନରେ ଆଉ କେହି ବୟଫ୍ରେଣ୍ଡ୍ ନାହାନ୍ତି । ସାରା କେବଳ ବୀରଙ୍କ ସହିତ ଡେଟ୍ କରୁଛନ୍ତି । ଏହି ଖବର ପାଇବା ପରେ ସାରାଙ୍କ ପ୍ରଶଂସକ ଖୁସି ଜଣାପଡ଼ୁଛନ୍ତି ଏବଂ ସାରା ତାଙ୍କର ଆଗାମୀ ଫିଲ୍ମ ‘କୁଲି ନଂ୧’ର ରିମେକ୍ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Leave a Reply

Your email address will not be published. Required fields are marked *