ସାରାଙ୍କ ବିୟୁଟି ସିକ୍ରେଟ୍

‘କେଦାରନାଥ’ରୁ ବଲିଉଡ୍ ଡେବ୍ୟୁ କରିଥିବା ସାରା ଅଲ୍ଲୀ ଖାନଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ଚମକୁଥିବା ଚେହେରା ଏବେ ଯୁବ ପ୍ରଶଂସକଙ୍କୁ କିମିଆ କରି ରଖିଛି । ତେବେ ସାରାଙ୍କ ଭଳି ଯଦି ଆପଣଙ୍କ ମଧ୍ୟ ଚମକଦାର୍ ତ୍ୱଚା ପାଇବାକୁ ଚାହାନ୍ତି, ତାହେଲେ ସାରାଙ୍କର କିଛି ବିୟୁଟି ଟିପ୍ସ ଏ କ୍ଷେତ୍ରରେ ଆପଣଙ୍କୁ ବେଶ୍ ସାହାଯ୍ୟ କରିବ । ନିକଟରେ ସାରା ତାଙ୍କର ବିୟୁଟି ସିକ୍ରେଟ୍କୁ ପ୍ରଶଂସକଙ୍କ ସହିତ ସେୟାର୍ କରିଛନ୍ତି । ତେବେ ଆସନ୍ତୁ ଜାଣିବା –
୧- ସକାଳେ ଓ ସନ୍ଧ୍ୟାରେ ସାରା ଆଲୋବେରା ଜେଲ୍ ଲଗାଇଥାନ୍ତି । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ ଓ ଭିଟାମିନ୍ ତ୍ୱଚାକୁ କୋମଳ ରଖିବା ସହିତ ସମସ୍ତ ପ୍ରକାର ଦାଗ ଓ ବ୍ରଣରୁ ସୁରକ୍ଷା ଦେଇଥାଏ ।
୨- ତ୍ୱଚାକୁ ଟୋନିଂ ସମସ୍ୟାରୁ ରକ୍ଷା କରିବା ପାଇଁ ସବୁଦିନେ ସନ୍ନ୍‌ସ୍କ୍ରୀନ ଲଗାଇବା ନିହାତି ଆବଶ୍ୟକ । ଏହା ବ୍ୟତୀତ ସ୍କିନ୍ କେୟାର୍ ପ୍ରଡକ୍ଟ ଅଧିକ ବ୍ୟବହାର କରିବା ମଧ୍ୟ ତ୍ୱଚା ପାଇଁ ହାନିକାରକ । ସବୁବେଳେ ଅଧିକ ମେକ୍ଅପ୍ ମଧ୍ୟ କରନ୍ତୁ ନାହିଁ ।
୩- ଶୋଇବା ପୂର୍ବରୁ ମେକ୍ଅପ୍କୁ ଭଲ ଭାବେ ବାହାର କରନ୍ତୁ । ଏଥିପାଇଁ ସବୁବେଳେ ଭଲ କମ୍ପାନୀର କ୍ଲିନ୍ଜର୍ ବ୍ୟବହାର କରନ୍ତୁ ଏବଂ ସପ୍ତାହରେ ଥରେ ହଳଦି ପ୍ୟାକ୍ ଲଗାନ୍ତୁ ବୋଲି ସାରା କହିଛନ୍ତି ।

Leave a Reply

Your email address will not be published.