ଫେବୃୟାରୀ ୧୪ରେ ସାରା ଅଲ୍ଲୀ-କାର୍ତ୍ତି ଆର୍ଯ୍ୟାନ୍ଙ୍କ ନୂଆଫିଲ୍ମ: ଶୁଟିଂ ଶେଷ
ହିମାଚଳ ପ୍ରଦେଶର ପ୍ରାକୃତିକ ପରିବେଶରେ ଶେଷ ହୋଇଛି ଇମ୍ତିଆଜ୍ ଅଲ୍ଲୀଙ୍କ ନିର୍ଦେଶିତ ଆଉଏକ ଫିଲ୍ମ। ଫିଲ୍ମର ନାଁ କ’ଣ ଦିଆଯିବ ତାହା ପ୍ରଚାର କରାଯାଇ ନାହିଁ କିନ୍ତୁ ଲହା ୨୦୧୨ରେ ରିଲିଜ୍ ହୋଇଥିବା ଲଭ୍ ଆଜ୍କଲ୍ର ସିକ୍ଵେଲ୍ ହେବ ବୋଲି ଅନୁମାନ କରାଯାଉଛି। ଏହା ସେହିବର୍ଷ ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେରେ ରିଲିଜ୍ ହୋଇଥିଲା।
ଏବେ ଷ୍ଟାର୍କାଷ୍ଟରେ ଇମ୍ତିଆଜ୍ ପରିବର୍ତ୍ତନ କରିଛନ୍ତି। ଏଥର ମୁଖ୍ୟ ଭୂମିକାରେ ଅଛନ୍ତି ସାରା ଅଲ୍ଲୀ ଖାନ୍ ଏବଂ କାର୍ତ୍ତି ଆର୍ୟାନ୍। ଏହାଙ୍କ ସହ ରହିଛନ୍ତି ରନ୍ଦୀପ ହୁଦା।
ମାର୍ଚ୪ ୨୦୧୯ରୁ ଏହି ଫିଲ୍ମ ପାଇଁ ଶୁଟିଂ ଆରମ୍ଭ ହୋଇଥିଲା। ୬୬ ଦିନର ଶୁଟିଂ ପରେ ସମସ୍ତ ଶୁଟିଂ ଶେଷ ହୋଇଥିବା ପ୍ରଡକ୍ସନ୍ ଟିମ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ପ୍ରଥମେ ଦିଲ୍ଲୀରେ ଫିଲ୍ମର ଶୁଟିଂ ହୋଇଥିଲା। ପରେ ଉଦୟପୁର, ମୁମ୍ବାଇ ହୋଇ ଶେଷରେ ହିମାଚଳର ସୌନ୍ଦର୍ଯ୍ୟରେ ଶେଷ ହୋଇଛି।