‘କେବିସି’ରେ ସାରା

‘କେଦାରନାଥ୍’ରୁ ବଲିଉଡ୍ରେ ପାଦ ଥାପିଥିବା ସାରା ଇତିମଧ୍ୟରେ ଜଣେ ନାମୀ ଦାମୀ ଅଭିନେତ୍ରୀ ଭାବେ ନାଁ କମାଇ ସାରିଛନ୍ତି । ରଣବୀର୍ ସିଂଙ୍କ ସହିତ ‘ସିମ୍ବା’ରେ ସ୍କ୍ରୀନ୍ ସେୟାର୍ କରିବା ପରେ ସାରାଙ୍କ ଷ୍ଟାରଡମ୍ ଦ୍ୱିଗୁଣିତ ହୋଇଥିଲା । କିନ୍ତୁ ଆପଣ ଜାଣିଛନ୍ତି କି ବଡ଼ ପରଦାକୁ ଆସିବା ପୂର୍ବରୁ ସାରା ଅଲ୍ଲୀ ଖାନ୍ ଛୋଟ ପରଦାର ପପୁଲାର୍ ଶୋ’ ‘କୌନ୍ ବନେଗା କରୋଡ଼ପତି’ରେ ନଜର ଆସିଥିଲେ । ୨୦୦୫ରେ ‘କେବିସି’ ସିଜନ୍ ୨ରେ ସୈଫ୍ ଅଲ୍ଲୀ ଖାନଙ୍କ ସହ ସାରାଙ୍କୁ ଦେଖିବାକୁ ମିଳିଥିଲା । ସେହି ସମୟରେ କ୍ୟୁଟ୍ ସାରା ଅଡିଆନ୍ସ ମଧ୍ୟରେ ବସିଥିଲେ ଏବଂ କ୍ୟୁଟ୍ ସ୍ମାଇଲ୍ ସହିତ କୁନି କୁନି ହାତରେ ମହାନାୟକ ବିଗ୍ ବିଙ୍କୁ ‘ଆଦାବ୍’ କରିଥିଲେ । ସାରାଙ୍କର ଜଣେ ସାଙ୍ଗ ପଶମିନା ମଧ୍ୟ ଶୋ’କୁ ଆସିଥିଲେ । ସାରାଙ୍କର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ୨୦୦୫ରେ ସୈଫ୍ ଓ ପ୍ରୀତି ଜିଣ୍ଟା ଫିଲ୍ମ ‘ସଲାମ୍ ନମସ୍ତେ’ର ପ୍ରମୋସନ୍ ପାଇଁ ‘କେବିସି’ ଆସିଥିଲେ ଏବଂ ହଟ୍ ସିଟ୍ରେ ବସିଥିଲେ ସୈଫ୍ । ସାରାଙ୍କର ଏହି ଭାଇରାଲ୍ ଭିଡିଓକୁ ଆଜିକାଲି ପ୍ରଶଂସକ ଖୁବ୍ ଲାଇକ୍ କରୁଛନ୍ତି ।

Leave a Reply

Your email address will not be published.