‘ଖଲନାୟକ’ର ରିମେକ୍ ନିର୍ମାଣ କରିବାକୁ ଚାହାନ୍ତି ସଞ୍ଜୁବାବା
ବଲିଉଡର ମୁନ୍ନାଭାଇ ଓରଫ୍ ସଞ୍ଜୟ ଦତ୍ତ ଆଜିକାଲି ଭାରି ବ୍ୟସ୍ତ । ଅଭିନୟ ସହିତ ସେ ଫିଲ୍ମର ପ୍ରଯୋଜନା କାମ ମଧ୍ୟ ହାତକୁ ନେଇଛନ୍ତି । ଏହି ଧାରାରେ ସେ ତାଙ୍କର ନିଜ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ଖଳନାୟକ’ର ରିମେକ୍ କରିବାକୁ ଯୋଜନା ରଖିଛନ୍ତି ବୋଲି ଚର୍ଚ୍ଚା ହେଉଛି । ସୁଭାଷ ଘାଇଙ୍କ ଠାରୁ ଫିଲ୍ମର ରାଇଟକୁ ସଞ୍ଜୁ କିଣି ସାରିଛନ୍ତି । ତେବେ ସଞ୍ଜୁଙ୍କ ପ୍ରଯୋଜିତ ଏହି ଫିଲ୍ମର ମୁଖ୍ୟ ନାୟକଙ୍କ ଖୋଜା ଚାଲିଛି । ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ସାଜିଥିବା ଟାଇଗର୍ ସ୍ରଫଙ୍କ ଠାରେ ସଞ୍ଜୁଙ୍କ ନାୟକ ଖୋଜା ଶେଷ ହୋଇଛି ।
କିନ୍ତୁ ଏ ସମ୍ପର୍କରେ ଟାଇଗରଙ୍କ ପକ୍ଷରୁ କୌଣସି ଫାଇନାଲ୍ ଖବର ଆସିନାହିଁ । ବୋଧହୁଏ ସେ ଏହି ଫିଲ୍ମ କରିବା ପୂର୍ବରୁ କିଛି ସମୟ ନେବାକୁ ଚାହୁଁଛନ୍ତି । ସଞ୍ଜୁଙ୍କ ପାଖରେ ଆହୁରି ଗୋଟିଏ ଯୋଜନା ରହିଛି ଯେ – ଯଦି ଟାଇଗର୍ ଏହି ଫିଲ୍ମରେ ନେଗେଟିଭ୍ ରୋଲ୍ ପାଇଁ ନା କହୁଛନ୍ତି, ତେବେ ସଞ୍ଜୁ ତାଙ୍କର ଆଗାମୀ କେତୋଟି ଫିଲ୍ମ ପାଇଁ ଟାଇଗରଙ୍କୁ ପଜିଟିଭ୍ ରୋଲରେ ସାଇନ୍ କରିବେ । ଏବେ ଟାଇଗର୍ ହଲିଉଡ୍ ଫ୍ରାଞ୍ଚାଇଜ୍ ‘ରେମ୍ବୋ’ର ଇଣ୍ଡିଆନ୍ ରିମେକର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାର ସୁଟିଂ ସରିବା ପରେ ଟାଇଗର୍ ‘ଖଲନାୟକ ୨’ ସମ୍ପର୍କିତ କୌଣସି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି । \n