ବଡ଼ ଝିଅକୁ ଭୁଲିଗଲେ ସଞ୍ଜୁବାବା
‘ନ୍ୟାସ୍ନାଲ୍ ଗାର୍ଲ ଚାଇଲ୍ଡ ଡେ’ର ଅଭିନନ୍ଦନ ଜଣାଇବା ଅବସରରେ ନିକଟରେ ମୁନ୍ନାଭାଇ ଓରଫ୍ ସଞ୍ଜୁବାବା ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର୍ କରିଥିଲେ । ଏହି ଫଟୋ ପାଇଁ ସଞ୍ଜୁବାବାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ତେବେ ଖବରଟି ହେଉଛି ସେୟାର୍ ହୋଇଥିବା ଫଟୋରେ ସଞ୍ଜୁ କେବଳ ତାଙ୍କ ଛୋଟଝିଅ ଇକରାଙ୍କ ସହିତ ଅଛନ୍ତି ଏବଂ ଏହାର ମେସେଜ୍ ଭାବେ ସଞ୍ଜୁ ଲେଖିଛନ୍ତି – ‘ ମୋ ପାଇଁ ମୋ ଝିଅମାନେ ବହୁତ ଖାସ୍ । ମୁଁ କାମନା କରୁଛି ସବୁ ଝିଅମାନଙ୍କୁ ଏମିତି ସ୍ନେହ ମିଳୁ, ଯାହା ସେମାନଙ୍କର ଅଧିକାର ।’
କିନ୍ତୁ କଥା ହେଉଛି ଏହି ଫଟୋରେ ସଞ୍ଜୁଙ୍କ ବଡ଼ ଝିଅ ମାନ୍ୟତା ନାହାନ୍ତି । ତେଣୁ ଏହାକୁ ନେଇ ସୋସିଆଲ୍ ମିଡିଆରେ ସଞ୍ଜୁ ଟ୍ରୋଲ୍ ହୋଇଛନ୍ତି । ସୋସିଆଲ୍ ମିଡିଆର ଅନେକ ୟୁଜର୍ସ ସଞ୍ଜୁଙ୍କୁ ବିଭିନ୍ନ ପ୍ରକାର ସମାଲୋଚନାମୂଳକ ପ୍ରଶ୍ନ ପଚାରିଛନ୍ତି । ଆଉ କିଛି ଜଣ ୟୁଜର୍ସଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଯେ ସଞ୍ଜୁବାବା ବୋଧହୁଏ ତାଙ୍କ ବଡ଼ ଝିଅକୁ ଭୁଲି ଯାଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏହାକୁ ନେଇ ସଞ୍ଜୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।