ପୁଣିଥରେ ଗ୍ୟାଙ୍ଗଷ୍ଟର୍ ଅବତାରରେ ସଞ୍ଜୁବାବା, ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବବି ଦେଓଲ

ବି ଟାଉନର ମୁନ୍ନାଭାଇ ପୁଣିଥରେ ଗ୍ୟାଙ୍ଗଷ୍ଟର୍ ଅବତାରରେ ପରଦା ଉପରକୁ ଆସିବେ । ଏହି ଫିଲ୍ମର ଔପଚାରିକ ଘୋଷଣା ହୋଇଯାଇଥିଲେ ମଧ୍ୟ ଏହାର ନାଁ ରେଜିଷ୍ଟର୍ ହୋଇନାହିଁ । ଅହମଦ୍ ଖାନଙ୍କ ପ୍ରଯୋଜିତ ଏହି କ୍ରାଇମ୍ ଡ୍ରାମାରେ ସଞ୍ଜୁବାବାଙ୍କ ସହିତ ଆୟୁଷ ଶର୍ମା ମୁଖ୍ୟ ଭୂମିକାରେ ଅଛନ୍ତି । ଫିଲ୍ମର କାହାଣୀ ରଚନା ଚାଲୁରହିଥିବାବେଳେ ପ୍ରଡକସନ୍ ସହାୟତା ପାଇଁ ଅହମଦ୍ ଆଉ କିଛି ପ୍ରଡକସନ୍ ଷ୍ଟୁଡିଓ ସହିତ କଥାବାର୍ତ୍ତା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଫିଲ୍ମର କାହାଣୀ ଜଣେ ରିଏଲ୍ ଗ୍ୟାଙ୍ଗଷ୍ଟରଙ୍କ ଜୀବନୀ ଉପରେ ଆଧାରିତ ବୋଲି ଫିଲ୍ମଟିମ୍ ପକ୍ଷରୁ ସୂଚନା ମିଳିଛି । ଏହାର ଫାଇନାଲ୍ ଷ୍ଟାରକାଷ୍ଟ ସମ୍ପର୍କରେ ଜଣାପଡ଼ିନଥିଲେ ମଧ୍ୟ ଆୟୁଷ୍ ଶର୍ମା ଯୁବ ଗ୍ୟାଙ୍ଗଷ୍ଟର୍ ଭୂମିକାରେ ଏବଂ ବବି ଦେଓଲଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ରୋଲ୍ ଅଫର୍ କରାଯାଇଥିବାର ଖବର ଆସିଛି । ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ମଧ୍ୟ ଏହି ଫିଲ୍ମ ପାଇଁ ସାଇନ୍ କରାଯାଇଥିବାର ଚର୍ଚ୍ଚା ଏବେ ଚାରିଆଡ଼େ । ଫିଲ୍ମର ନିର୍ଦ୍ଦେଶନା କିଏ ଦେବ, ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । ତେବେ ଆଗାମୀ କିଛି ଦିନ ମଧ୍ୟରେ ଫିଲ୍ମର ନାଁ ସହିତ ଫାଇନାଲ୍ ଷ୍ଟାରକାଷ୍ଟର ତାଲିକା ପ୍ରକାଶ ପାଇବା ସହିତ ସୁଟିଂ ଆରମ୍ଭ କରାଯିବ ବୋଲି ଫିଲ୍ମଟିମ୍ ଗଣମାଧ୍ୟମକୁ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *