ଗୋଟିଏ ଖବର କାଗଜରୁ ଦୁଇ ଜଣ ଦୁଇଟି ଦଳରୁ ବିଧାୟକ ପ୍ରାର୍ଥୀ
ଚଳିତ ନିର୍ବାଚନରେ ଅଦ୍ଭୁତ୍ ଘଟଣାମାନ ଦେଖିବାକୁ ମିଳୁଛି। କିଏ ଗୋଟିଏ ଦଳରୁ ଟିକଟ ପାଇଲା ପରେ ଅନ୍ୟ ଦଳରେ ଯୋଗ ଦେଉଥିବାବେଳେ ଗୋଟିଏ ପରିବାରରୁ ବାପ-ପୁଅ ଅଲଗା ଅଲଗା ଦଳରୁ ବିଦାନସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି। ଚଳିତ ନିର୍ବାଚନରେ ଗଣମାଧ୍ୟମ ସହିତ ଜଡ଼ିତ ଥିବା ଲୋକମାନେ ବି ପ୍ରାର୍ତୀ ହୋଇଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦୈନିକ ଖବରକାଗଜ ‘ସଂଚାର’ର ସମ୍ପାଦକ ଗୋଟିଏ ଦଳରୁ ପ୍ରାର୍ଥୀ ହୋଇଥିବାବେଳେ ପ୍ରକାଶକ ଆଉ ଗୋଟିଏ ଦଳରୁ ପ୍ରାର୍ଥୀ ହୋଇଛନ୍ତି।
ସଂଚାରର ସମ୍ପାଦକ ଡ଼ା. ଦାମୋଦର ରାଉତ ନିକଟରେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ତାଙ୍କୁ ଜଗତସିଂହପୁର ଜିଲ୍ଳାର ଏରସମା-ବାଲିକୁଦା ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି।
ସଂଚାରର ପ୍ରକାଶକ ତଥା ଡ଼ା. ରାଉତଙ୍କ ପୁତ୍ର ସମ୍ୱିତ୍ ରାଉତରାୟଙ୍କୁ ତାଙ୍କ ବାପାଙ୍କ ଆସନ ପାରାଦୀପ ବିଧାନସଭା ପାଇଁ ଶାସକ ବିଜେଡ଼ି ପ୍ରାର୍ଥୀ କରିଛି। ସମ୍ୱିତ୍ ପ୍ରାର୍ଥୀ ହେବା ପରେ ପାରାଦୀପ ପାଇଁ ନଜର ପକାଇଥିବା କଟକ-ବାରବାଟୀ ବିଧାୟକ ଦେବାଶୀଷ ସାମନ୍ତରାୟ ହତାଶ୍ ହୋଇଛନ୍ତି।
ଅପର ପକ୍ଷରେ ଜଗତସିଂହପୁର ରାଜନୀତିରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦାମ ଓ ବିଷ୍ଣୁ ଏବେ ଅକଳରେ ପଡ଼ିଯାଇଛନ୍ତି। ଦାମ ଏବେ ବିଜେପିରେ ଥିବାରୁ ସେ କିପରି ନିଜ ପୁଅ ବିସଜେଡି ପ୍ରାର୍ତୀ ସମ୍ୱିତଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ତାହା ଚିନ୍ତାର କାରଣ ହୋଇଛି। ସେହି ବିଷ୍ଣୁ ଦାମଙ୍କର ରାଜନୈତିକ ଶତ୍ରୁ। ତାଙ୍କ ପୁଅ ଦଳର ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ବିଷ୍ଣୁ ବିଜେହିର ଜିଲ୍ଲା ସଭାପତି ହୋଇଥିବାରୁ ସେ କିପରି ନିଜ ଶତ୍ରୁ ପୁଅର ପ୍ରଚାର କରିବେ ତାହା ଆଗାମୀ ଦିନରେ ଜଣାପଡ଼ିବ।
ସବୁଠାରଯୁ ବଡ଼ କଥା ହେଉଛି ସଂଚାରରୁ ଦୁଇ ଜଣ ଦୁଇଟି ଦଳରୁ ପ୍ରାର୍ଥୀ ହୋଇଥିବାରୁ ଏହି କାଗଜରେ କେଉଁ ଦଳର ପ୍ରଚାର କରାଯିବ ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି।