ବାଦ‍୍‌ ପଡ଼ିବେ ଉପବାଚସ୍ପତି ସାନନ୍ଦ

ସାଂସଦ ସରୋଜିନୀଙ୍କ ସମ୍ଭାବନା ଅଧିକ

ଉପବାଚସ୍ପତି ସାନନ୍ଦ ମାରାଣ୍ଡି ବିଜେଡି ଟିକଟ ପାଇବାରୁ ବଞ୍ଚିତ ହେବେ ବୋଲି ସୂଚନା ମିଳିଛି। ଉପବାଚସ୍ପତି ସାନନ୍ଦଙ୍କର ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକଙ୍କଠାରେ ରିପୋର୍ଟ କାର୍ଡ ସନ୍ତୋଷଜନକ ନାହିଁ ବୋଲି ଜଣାପଡ଼ିଛି।

ସାନନ୍ଦ ଲୋକପ୍ରିୟତା ହରାଇଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁଭବ କରିଛନ୍ତି। ତେଣୁ ଉପବାଚସ୍ପତି ସାନନ୍ଦଙ୍କୁ ପୁର୍ନବାର ଟିକଟ ଦେଇ ବିଜେଡି ରିସ୍କ ନେବାକୁ ଚାହୁଁନାହିଁ। ୨୦୦୦ ମସିହା ନିର୍ବାଚନରେ ସାନନ୍ଦ କୁଳିଅଣ ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ୨୦୦୪ ମସିହାରେ ପୁର୍ନବାର କୁଳିଅଣା ଆସନରେ ବିଜେପି ପ୍ରାର୍ଥୀ ହୋଇ ସାନନ୍ଦ ମାରାଣ୍ଡି ବିଜୟୀ ହୋଇ ନିଜର ରାଜନୈତିକ ଜୀବନରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ୨୦୦୯ ମସିହାରେ ସାନନ୍ଦ ବିଜେପି ତ୍ୟାଗ କରି ବିଜେଡିରେ ଯୋଗ ଦେଇଥିଲେ।

୨୦୦୯ ମସିହା ନିର୍ବାଚନରେ ସାନନ୍ଦ ମାରାଣ୍ଡି ବାରିପଦା ଆସନରୁ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ସାନନ୍ଦ ପ୍ରଥମଥର ପାଇଁ ବିଧାନସଭାର ଉପବାଚସ୍ପତି ହୋଇଥିଲେ। ଏହାପରେ ୨୦୧୪ ମସିହାରେ ସାନନ୍ଦ ପୁର୍ନବାର ବାରିପଦ ଆସନରୁ ବିଜେଡି ପ୍ରାର୍ଥୀ ହୋ ବିଧାନସଭାକୁ ନିର୍ବାଚିତ ହୋଇ ଦ୍ୱିତୀୟ ଥର ପାଇଁ ଉପବାଚସ୍ପତି ହୋଇଥିଲେ।

ବାରିପଦା ଆସନରେ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ସ୍ଥାନରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ୱ୍ରମ ବିଜେଡି ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ରହିଛି ଆଦିବାସୀ ମହିଳା ସରୋଜିନୀ ହେମ୍ୱ୍ରମ ପ୍ରଥମ ଥ ପାଇଁ ୨୦୦୯ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ବାଙ୍ଗିରିପୋଷୀ ଆସନରୁ ବିଧାୟିକା ହେବା ସହିତ ମନ୍ତ୍ରୀ ହୋଇଥିଲେ।

୨୦୧୪ ମସିହା ନିର୍ବାଚନ ପୂର୍ବରୁ ତତ୍କାଳୀନ ଜେଏମଏମ ରାଜ୍ୟ ସଭାପତି ସୁଦାମ ମାରାଣ୍ଡିଙ୍କୁ ବିଜେଡିରେ ମିଶାଇବା ପାଇଁ ସରୋଜିନୀ ହେମ୍ୱ୍ରମଙ୍କୁ ରାଜ୍ୟସଭା ପଠାଯାଇଥିଲା। ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ସ୍ଥାନରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ୱ୍ରମ ଅଧିକ ଗ୍ରହଣୀୟ ହେବେ ବୋଲି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଭବ କରିଥବା ସୂଚନା ମିଳିଛି।

Leave a Reply

Your email address will not be published.