ନୁଆବର୍ଷରେ ବଜାରକୁ ଆସିବ ସାମସଙ୍ଗ ଏସ୍-୧୧, ଜାଣନ୍ତୁ କ’ଣ ରହିଛି ଏହାର ଫିଚର ସବୁ

ଭୁବନେଶ୍ଵର, (ହିମାଂଶୁ ଭୂଷଣ ପଣ୍ଡା): ମୋବାଇଲ୍ ନିର୍ମାତା କମ୍ପାନୀମାନଙ୍କ ମଧ୍ୟରେ ସାମସଙ୍ଗ୍‍ ହେଉଛି ଆଗଧାଡ଼ିରେ ଥିବା ଏକ କମ୍ପାନୀ । ଏହି କମ୍ପାନୀ ପ୍ରତିବର୍ଷ ତା’ର ନୁଆ ନୁଆ ମଡେଲ ମୋବାଇଲଗୁଡିକୁ ଗ୍ରାହକମାନଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ବଜାରକୁ ଛାଡିଥାଏ । ସେହିପରି ଆସନ୍ତାବର୍ଷରେ ମଧ୍ୟ କମ୍ପାନୀ ଏକ ନୁଆ ମଡେଲ ଫୋନର ବଜାର ପ୍ରବେଶ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ମଡେଲ୍‌ର ନାଁ ରହିଛି ଏସ୍‌-୧୧। ଏସ୍ ୧୧, ଏସ୍ ୧୧ ଲାଇଟ୍ ଏବଂ ଏସ୍ ୧୧ ପ୍ଲସ୍ ଭଳି ତିନୋଟି ରେଞ୍ଜ୍‌ରେ ଏହି ସିରିଜ୍‌ ୨୦୨୦ର ଦ୍ଵିତୀୟ ମାସ ଅର୍ଥାତ୍‌ ଫେବୃୟାରୀରେ ବଜାର ପ୍ରବେଶ କରିବା ସମ୍ଭାବନା ରହିଛି। 

ବିଗତ ବର୍ଷ ଗୁଡ଼ିକ ତୁଳନାରେ ଗତ ବର୍ଷ ତଥା ୨୦୧୯ ମସିହାରେ ବଜାରରେ ବହୁତଗୁଡିଏ ନୂଆ ମଡେଲର ମୋବାଇଲ ଫୋନ ଦେଖିବାକୁ ମିଳିଥିଲା । ଯାହାର ଫିଚରସବୁ ମଧ୍ୟ ଖୁବ୍ ଆକର୍ଷଣୀୟ ଥିଲା । ମୋବାଇଲ ଗୁଡିକରେ ୬୪ ମେଗାପିକ୍ସେଲ କ୍ୟାମେରା ସହିତ ଆଉ ୨ ରୁ ୩ ଟି କ୍ୟାମେରା ମଧ୍ୟ ଥିଲା ଯାହାଦ୍ୱାରା ମୋବାଇଲ କ୍ୟାମେରାରେ ଉଠାଯାଉଥିବା ଫୋଟୋଗୁଡିକୁ ଦେଖିଲେ ଲାଗୁଥିଲା ଏହା କୌଣସି ଡିଏସ୍ଏଲଆର କ୍ୟାମେରାରେ ଉଠାଯାଇଥିବା କୌଣସି ଫୋଟୋଭଳି । ତାହା ସହିତ ୧୨୮ ଜିବିର ମେମୋରି ସହିତ ଏହାକୁ ୫୧୨ ଜିବି ପର୍ଯ୍ୟନ୍ତ ବଢାଯାଇପାରିବାର ସୁବିଧା ମଧ୍ୟ ଉପଲବ୍ଧ ଥିଲା । କିନ୍ତୁ ସାମସଙ୍ଗ୍ ଯେଉଁ ନୁଆ ଫୋନ୍ ଲଞ୍ଚ କରିବାକୁ କରିବାକୁ ଯାଉଛି ତାହାର ଫିଚରସ୍ ଟିକେ ଅଲଗା ରହିବ ବୋଲି ଜଣାପଡିଛି ।
ସାମସଙ୍ଗର ଏହି ସିରିଜ୍ ଫୋନରେ ଲାଟେଷ୍ଟ ରେଞ୍ଜର କ୍ୟାମେରା ଫିଚର ସହିତ ପଞ୍ଚିଙ୍ଗ୍‍ ହୋଲ ଡିସ୍‍ପ୍ଲେ ମଧ୍ୟ ରହିଥିବା ଖବର ମିଳିଛି । ଫୋନରେ ଲାଟେଷ୍ଟ କ୍ୱାଲକମ୍ ସ୍ନେପଡ୍ରାଗନ୍ ୮୬୫ ଚିପସେଟର ପ୍ରୋସେସର ସହିତ ୫ଜି ନେଟୱର୍କ କୁ ଆକସେସ୍ କରିବା ପାଇଁ ସୁବିଧା ରହିବ ବୋଲି ଜଣାପଡିଛି । ସାମସଙ୍ଗ୍ ଏହି ସିରିଜର ପାଖାପଖି ୩ ଟି ଫୋନ୍ ଲଞ୍ଚ କରିବାର ସମ୍ଭାବନା ରହିଛି ଯାହାକି ହେଉଛି ସାମସଙ୍ଗ୍ ଏସ୍ ୧୧, ଏସ୍ ୧୧ ଲାଇଟ୍ ଏବଂ ଏସ୍ ୧୧ ପ୍ଲସ୍ । ଖବର ଅନୁସାରେ ଏହା ବର୍ଷର ପ୍ରଥମ କିମ୍ବା ଦ୍ୱିତୀୟ ମାସରେ ଲଞ୍ଚ କରିବାର ସମ୍ଭାବନା ରହିଛି । ଫୋନରେ ୧୦୮ ମେଗାପିକ୍ସେଲ କ୍ୟାମେରା ସହିତ ୫ଜି ନେଟୱର୍କ ଆକସେସ୍ ମଧ୍ୟ ରହିବ ବୋଲି ସାମସଙ୍ଗ ପକ୍ଷରୁ ଜଦିଓ ସ୍ପଷ୍ଟ କରାଯାଇନାହିଁ କିନ୍ତୁ ମାର୍କେଟର ଚାହିଦାକୁ ଦେଖି ଏହାହିଁ ଆଶା କରାଯାଉଛି ।

Leave a Reply

Your email address will not be published.