ସାମସଙ୍ଗ ଏବଂ ଜିଓ ସହବନ୍ଧନ : ୨୨ରେ ମିଳିବ ସାମସଙ୍ଗ ଗାଲାକ୍ସି ଏମ

ଗ୍ରାହକ ମାନଙ୍କୁ ସବୁବେଳେ ନୂତନ ସୁବିଧା ଓ ସେବା ଯୋଗାଇଆସିଥିବା ରିଲାଏନ୍ସ ଜିଓ ପକ୍ଷରୁ ଏବେ ସାମସଙ୍ଗ ସହବନ୍ଧନରେ କେବଳ ଜିଓ ଉପଭୋକ୍ତାମାନଙ୍କ ପାଇଁ  ନୂତନ ଭାବେ ବଜ଼ାରକୁ ଆସିଥିବା ଗାଲାକ୍ସି ଏମ ୨୦ ଏବଂ ଗାଲାକ୍ସି ଏମ ୧୦  ସ୍ମାର୍ଟଫୋନର ସ୍ୱତନ୍ତ୍ର ବିକ୍ରି ସମୟ ଧାର୍ଯ୍ୟ କରାଯାଇଛି |  କେବଳ ଜିଓ ଉପଭୋକ୍ତାଙ୍କ ପାଇଁ ଶୁକ୍ରବାର (୨୨ ଫେବୃୟାରୀ) ଦିନ ୧୨ ଟାରୁ ଅପରାହ୍ନ ଏକ ଘଟିକା ଯାଏ ସ୍ୱତନ୍ତ୍ର ଭାବେ ବିକ୍ରି ପାଇଁ ଉପଲବ୍ଧ ହେବ ସାମସଙ୍ଗ ଗାଲାକ୍ସି ଏମ ସିରିଜ଼ ସ୍ମାର୍ଟ ଫୋନ | ଏଥିସହିତ ଜିଓ ଉପଭୋକ୍ତାମାନେ ସାମସଙ୍ଗ ଗାଲାକ୍ସି ଏମ ସିରିଜ଼ ଉପରେ ଜିଓ ଡବଲ ଡାଟା ଅଫର ଜରିଆରେ ୩୧୧୦ ତାଙ୍କ ମୂଲ୍ୟର ସଂଚୟ କରିପାରିବେ |

ଏହି ସ୍ୱତନ୍ତ୍ର ବିକ୍ରୟ ସମୟରେ ଜିଓ ଉପଭୋକ୍ତାମାନେ ଅନ୍ୟମାନଙ୍କଠାରୁ ଆଗରୁ ସର୍ବଧୁନିକ ଏମ ସିରିଜ଼ ମୋବାଇଲ ଗାଲାକ୍ସି ଏମ ୨୦ ଏବଂ ଗାଲାକ୍ସି ଏମ ୧୦  ସ୍ମାର୍ଟଫୋନ ନିଜର କରିପାରିବେ  ସାମସଙ୍ଗ  ଡଟ କମ (Samsung.com) ର ସ୍ୱତନ୍ତ୍ର ଉଇଣ୍ଡୋ ଜରିଆରେ | ଜିଓ ଉପଭୋକ୍ତାମାନେ ଜିଓ ଡଟ କମ  ଏବଂ ମାଇଁ ଜିଓ ଆପ୍ପ କୁ ଯାଇ ଏହି ସେଲ ବ୍ୟାନରରେ କ୍ଲିକ କରି ଏହି ସେଲ ବା ସ୍ୱତନ୍ତ୍ର ବିକ୍ରୟର ଲାଭ ଉଠାଇପାରିବେ |

ଏଥି ସହିତ ଗାଲାକ୍ସି ଏମ ସିରିଜ଼ ଉପରେ ଜିଓ ଡବଲ ଡାଟା ଅଫର ମାଧ୍ୟମରେ ଉପଭୋକ୍ତାମାନେ ଅସୀମିତ ଭିଡ଼ିଓ, ସଂଗୀତ, କ୍ରିକେଟ ଏବଂ ଆହୁରି ଅନେକ କିଛି ଉପଭୋଗ କରିପାରିବେ |

ସ୍ୱତନ୍ତ୍ର ଜିଓ ଡବଲ ଡାଟା ଅଫର ଅନୁଯାୟୀ ସାମସଙ୍ଗ ଗାଲାକ୍ସି ଏମ ସିରିଜ଼ ଉପଭୋକ୍ତା ଜିଓର ୧୯୮ ତାଙ୍କ କିମ୍ବା ୨୯୯ ଟଙ୍କାର ରିଚାର୍ଜ଼ ସହିତ ଦୁଇଗୁଣା ଡାଟାର ମଜା ନେଇପାରିବେ | ତେବେ ଜଣେ ଉପଭୋକ୍ତା ସର୍ବାଧିକ ୧୦ ଥର ଏହିଭଳି ଦୁଇଗୁଣା ଡାଟା ମିଳିବାକୁ ଥିବା ରିଚାର୍ଜ଼ କରିପାରିବେ | ମୋଟ ଉପରେ ଏହି ଅଫର ଦ୍ୱାରା ଉପଭୋକ୍ତାଙ୍କର ପ୍ରାୟ ୩୧୧୦ ଟଙ୍କା ମୂଲ୍ୟର ସଂଚୟ ହୋଇପାରିବ |  

ଉଲ୍ଲେଖଯୋଗ୍ୟଯେ ନୂତନ ଭାବେ ବଜ଼ାରକୁ ଆସିଥିବା ଗାଲାକ୍ସି ଏମ ୨୦ ସ୍ମାର୍ଟଫୋନର ୪ଜିବି+୬୪ଜିବି ମଡେଲର ଦାମ ୧୧୯୯୦ ଟଙ୍କା ରହିଥିବାବେଳେ  ୩ଜିବି+୩୨ଜିବି ମଡେଲର ଦାମ ୧୦୯୯୦ ଟଙ୍କା ରହିଛି | ସେହିଭଳି ଗାଲାକ୍ସି ଏମ ୧୦ ସ୍ମାର୍ଟଫୋନର   ୩ଜିବି+୩୨ଜିବି ମଡେଲର ଦାମ ୮୯୯୦ ଟଙ୍କା ରହିଥିବାବେଳେ  ୨ଜିବି+୧୬ଜିବି ମଡେଲର ଦାମ ୭୯୯୦ ଟଙ୍କା ରହିଛି |

Leave a Reply

Your email address will not be published. Required fields are marked *