ପୁରୀରୁ ସମ୍ବିତ ପାତ୍ର ହେବେ ବିଜେପି ପ୍ରାର୍ଥୀ, ଅନ୍ୟ ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା
ଭୁବନେଶ୍ଵର, (ଓଟି): ଆଜ୍ୟର ଆଉ ୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତଲିକା ଘୋଷଣା କରିଛି ବିଜେପି। ଏଥିରେ ପୁରୀ ଲୋକସଭା ଆସନ ରହିଛି। ଅନେକ ଦିନ ଧରି ହେଉଥିବା ଚର୍ଚାରେ ମୋହ ମାରିଛନ୍ତି ବିଜେପି ନିର୍ବାଚନ କମିଟି। ଅର୍ଥାତ୍ ପୁରୀରୁ ଏଥର ବିଜେପିର ଜାତୀୟ ମୁଖପାତ୍ର ସମ୍ବିତପାତ୍ର ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏ ବିଷୟରେ ଓଡ଼ିଶାଟାଇମ୍ ଡଟ୍କମ୍ରେ ପ୍ରଥମେ ଖବର ପ୍ରକାଶ ପାଇଥିଲା।
ମାର୍ଚ ୧୨ ତାରିଖରେ ଆମେ ଏ ସମ୍ବନ୍ଧରେ ଏକ ଖବର ପ୍ରକାଶ କରିଥିଲୁ। ଯାହାର ଶୀର୍ଷକ ଥିଲା ‘ପୁରୀ ପାଇଁ ଅଣ୍ଟା ଭିଡ଼ିଲେଣି ସମ୍ବିତ ପାତ୍ର।’ ଆର୍ଏସ୍ଏସ୍ ସୁପାରିଶିରେ ତାଙ୍କ ନାମକୁ ବିଜେପି ଚୂଡ଼ାନ୍ତ କରିଥିବା ନେଇ ଏହି ଖବର ପ୍ରକାଶ ପାଇଥିଲା।
ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜ୍ରେ ଏହା କୁହାଯାଇଛି। ୨୩ ତାରିଖରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦେଶର ୩୬ଟି ଆସନ ପାଇଁ ପ୍ରାର୍ଥୀ ଚୁଡ଼ାନ୍ତ ହୋଇଛି। ସେଥିରେ ଓଡ଼ିଶାର ୪ଟି ଆସନ ନାଁ ରହିଛି। ପାର୍ଟି ପକ୍ଷରୁ ଏହା ତୃତୀୟ ପ୍ରାର୍ଥୀ ସମ୍ବନ୍ଧୀୟ ବିଜ୍ଞପ୍ତି।
ଆସନ୍ତୁ ନଜର ପକାଇବା କିଏ ହେଲେ କେଉଁଠୁ ପ୍ରାର୍ଥୀ।
ବିଜେପିର ପ୍ରାର୍ଥୀ ତାଲିକା ( ୪ ଲୋକସଭା ଆସନ)
ବରଗଡ଼ | ସାଧାରଣ | ସୁରେଶ ପୂଜାରୀ |
ସମ୍ବଲପୁର | ସାଧାରଣ | ନିତିଶ ଗଙ୍ଗଦେବ |
କଳାହାଣ୍ଡି | ସାଧାରଣ | ବସନ୍ତ କୁମାର ପଣ୍ଡା |
ପୁରୀ | ସାଧାରଣ | ଡ. ସମ୍ବିତ ପାତ୍ର |
କୋରାପୁଟ | ଆଦିବାସୀ | ଜୟରାମ ପାଙ୍ଗୀ |
ପୂର୍ବରୁ ୧୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ସେମାନେ ହେଲେ
ସୁନ୍ଦରଗଡ଼ | ଆଦିବାସୀ | ଜୁଏଲ୍ ଓରାମ |
କେନ୍ଦୁଝର | ଆଦିବାସୀ | ଅନନ୍ତ ନାୟକ |
ବାଲେଶ୍ଵର | ସାଧାରଣ | ପ୍ରତାପ ଷଡ଼ଙ୍ଗୀ |
ଢେଙ୍କାନାଳ | ସାଧାରଣ | ରୁଦ୍ର ନାରାୟଣ ପାଣି |
ବଲାଙ୍ଗୀର | ସାଧାରଣ | ସଙ୍ଗୀତା କୁମାରୀ ସିଂହଦେଓ |
ନବରଙ୍ଗପୁର | ଆଦିବାସୀ | ବଳଭଦ୍ର ମାଝି |
କେନ୍ଦ୍ରାପଡ଼ା | ସାଧାରଣ | ବୈଜୟନ୍ତ ପଣ୍ଡା |
ଭୁବନେଶ୍ଵର, | ସାଧାରଣ | ଅପରାଜିତା ଷଡ଼ଙ୍ଗୀ |
ଆସ୍କା | ସାଧାରଣ | ଅନୀତା ପ୍ରିୟଦର୍ଶିନୀ |
ବ୍ରହ୍ମପୁର | ସାଧାରଣ | ଭ୍ରୁଗୁ ବକ୍ସିପାତ୍ର |