ପୁରୀ, କୋରାପୁଟ, ଆସ୍କା, ବାଲେଶ୍ଵର, କେନ୍ଦ୍ରାପଡ଼ାରେ ବିଜେଡି ଆଗୁଆ, ଭୁବନେଶ୍ଵରରେ ଟକ୍କର

ଭୁବନେଶ୍ଵର, (ଓଟି): ରାଜ୍ୟର ଗୁରୁତ୍ଵପୂଣ୍ଣ ଆସନ ଗୁଡ଼ିକରେ ବିଜେଡି ନିଜର ପତିଆରା ବଜାୟ ରଖିଛି। ବହୁ ଚର୍ଚିତ ପୁରୀ, କେନ୍ଦ୍ରାପଡ଼ା, ଆସ୍କା, କୋରାପୁଟ, ବାଲେଶ୍ଵରରେ ବିଜେପିର ପ୍ରାର୍ଥୀ ଯଥେଷ୍ଟ ପଛରେ ରହିଛନ୍ତି।

ଆଇଏଏସ୍‌ ଛାଡ଼ି ସାଂସଦ ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ଵରରେ ପୂର୍ବତନ ଆଇପିଏସ୍‌ ତଥା ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ଟକ୍କର ଦେଇ ଚାଲିଛନ୍ତି। କିଛି ରାଉଣ୍ଡରେ ଅପରାଜିତା ଆଗକୁ ଯାଉଥିବାବେଳେ ଆଉ କିଛି ରାଉଣ୍ଡରେ ଅରୂପ ପଟ୍ଟନାୟକ ଆଗରେ ରହୁଛନ୍ତି। ଏବେ ଅପରାଜିତା ୨ ହଜାର ଭୋଟ୍‌ ଆଗୁଆ ଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନାରେ କୁହାଯାଇଛି।

କେନ୍ଦ୍ରାପଡ଼ାରେ ବିଜୁ ଜନତା ଦଳ ପ୍ରାର୍ଥୀ ତଥା ଅଭିନେତା ଅନୁଭବ ମହାନ୍ତି ବିଜେପିର ଜାତୀୟ ଉପାଧ୍ୟକ୍ଷଙ୍କୁ ପଛରେ ପକାଇଛନ୍ତି। ପାଖାପାଖି ୨୦ ପ୍ରତିଶତ ଭୋଟ୍‌ ସେ ଅଧିକ ପାଇଛନ୍ତି। ଢେଙ୍କାନାଳରେ ପ୍ରଥମ କିଛି ରାଉଣ୍ଡରେ ରୁଦ୍ରପାଣିଙ୍କୁ ଶୁଭ ସୂଚନା ମିଳୁଥିଲା। ହେଲେ ଏବେ ବିଜେଡିର ମହେଶ ସାମଲ ତାଙ୍କଠାରୁ ୨ ହଜାର ଭୋଟ୍‌ରେ ଆଗୁଆ ରହିଛନ୍ତି। ଆସ୍କାରେ ପ୍ରମିଳା ବିଷୋୟୀ ଏକ ପ୍ରକାର ବିଜୟ ରାସ୍ତାକୁ ପାଖେଇ ଆସିଲେଣି। ପ୍ରମିଳି ୬୧.୮୨ ପ୍ରତିଶତ ଭୋଟ୍‌ ପାଇଛନ୍ତି। କୋରାପୁଟରେ ମଧ୍ୟ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କ ପାଇଁ ଶୁଭ ସୂଚନା ମିଳିଛି। ଜୟରାମଙ୍କଠାରୁ ସେ ୬ ହଜାର ଭୋଟ୍‌ ଆଗୁଆ ରହିଛନ୍ତି।

ବାଲେଶ୍ଵରରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ସାଂସଦ ରବୀନ୍ଦ୍ର ଜେନାଙ୍କ ଭିତରେ କଣ୍ଟାର ଟକ୍କର ରହିଛି। ୩ ହଜାର ଭୋଟ୍‌ରେ ଆଗୁଆ ରହିଛନ୍ତି ରବୀନ୍ଦ୍ର ଜେନା।

ପୁରୀରେ ସମ୍ବିତ ପାତ୍ର ଯେଉଁ ଧର୍ମ ଓ ରାଜନୀତିକୁ ଏକାଠି କରି ନାରା ଦେଇଥିଲେ ସେଥିରେ ପଛରେ ପଡ଼ିଲା ଭଳି ଦେଖାଯାଉଛି। ଲୋକେ ପୁଣିଥରେ ଆଡ୍‌ଭୋକେଟ୍‌ ପିନାକୀ ମିଶ୍ରଙ୍କୁ ବାଛିବାକୁ ଅଧିକ ପସନ୍ଦ କରିଛନ୍ତି। ପିନାକୀ ଏଯାଏ ସମୁଦାୟ ଗଣତି ଭୋଟ୍‌ର ୫୨.୬୩ ପ୍ରତିଶତ ପାଇଥିବାବେଳେ ସସ୍ମିତ ପାଇଛନ୍ତି ୪୦.୭୮%।

Leave a Reply

Your email address will not be published.