ସମ୍ୱିତ୍ ପାତ୍ରଙ୍କ ଅଭିନବ ପ୍ରଚାର
ବିଜେପି ନେତା ସମ୍ୱିତ୍ ପାତ୍ର ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଏବେ ପ୍ରଚାରରେ ଲାଗିପଡ଼ିଛନ୍ତି। ସେ ତାଙ୍କ ପ୍ରଚାର ଅଭିନବ ଢଙ୍ଗରେ କରୁଥିବାରୁ ତାହା ଜାତୀୟ ମିଡ଼ିଆରେ ଶିରୋନାମା ହେବାରେ ଲାଗିଛି। ସେ କେତେବେଳେ ବୁଢ଼ି ମା’ ହାତରେ ପ୍ରସ୍ତୁତ ଖାଦ୍ୟ ନିଜେ ଖାଇବା ସହିତ ତାଙ୍କୁ ବି ଖୁଆଉଛନ୍ତି ତ ଆଉ କେତେବେଳେ ମତଦାତାମାନଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି।
କେବଳ ସେତିକି ନୁହେଁ ଗ୍ରାମାଞ୍ଚଳରେ ପ୍ରଚାର କରିବା ସମୟରେ ମା’ ମାନଙ୍କ କୋଳରେ ଥିବା ଛୋଟ ଛୋଟ ପିଲାମାନଙ୍କୁ ନିଜେ କାଖେଇବାରେ ଲାଗିଛନ୍ତି। ଗୈରିକ ବସ୍ତ୍ର ଘୋଡେ଼ଇ ହୋଇ ପ୍ରଚାର ସମୟର ସମସ୍ତ ଫଟୋକୁ ସେ ତାଙ୍କ ଟ୍ୱିଟର ଏକାଉଣ୍ଟରେ ସେୟାର କରିବାରେ ଲାଗିଛନ୍ତି।

ପୁରୀ ଲୋକସଭା ଆସନରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ୱିତ୍ ପାତ୍ର, କଂଗ୍ରେସର ପ୍ରବକ୍ତା ସତ୍ୟପ୍ରକାଶ ନାୟକ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ସୁପ୍ରିମକୋର୍ଟର ଜଣେ ଅଧିବକ୍ତା।

ଡେ଼ଲାଙ୍ଗ ବୋରାବୋଇ ଗ୍ରାମରେ ଗାନ୍ଧୀଜୀଙ୍କ ଶରଣରେ ସମ୍ୱିତ୍ ପାତ୍ର

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ୱିତ୍ ପାତ୍ର ଜନସାଧାରଣଙ୍କ ଅଭିବାଦନ ଗ୍ରହଣ କରୁଛନ୍ତି।

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ୱିତ୍ ପାତ୍ର ଜନସାଧାରଣଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ୱିତ୍ ପାତ୍ର ମତଦାତାଙ୍କ ଛୋଟ ପିଲାକୁ କୋଳେଇ ନେଇଛନ୍ତି।

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ୱିତ୍ ପାତ୍ର ମତଦାତାଙ୍କ ଘରେ ମଧ୍ୟାହ୍ନ ଭୋଜନ