ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର
କାହିଁକି ସଂସଦରେ ଶୁଭୁନି ପୁରୀର ସ୍ୱର
ଦେଶକୁ ଦରକାର ମଜବୁତ ସରକାର, ମଜବୁର ସରକାର ନୁହେଁ
ଏଥର କେନ୍ଦ୍ରରେ ପୁଣି ଝୁଲା ସରକାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟକୁ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ତଥା ମୁଖପାତ୍ର ଡା. ସମ୍ୱିତ ପାତ୍ର କଡା ସମାଲୋଚନା କରିଛନ୍ତି। ଲୋକସଭାରେ ବିଜେଡି ୨୧ରୁ ୨୧ ସିଟ୍ ଦଖଲ ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ତଥା ପୁରୀ ଲୋକସଭା ଆନରୁ ବିଜେପି ପ୍ରର୍ଥୀ ପ୍ରତିକ୍ରିୟା ରଖିଛନ୍ତି । ସମ୍ବିତ କହିଛନ୍ତି ଏହା ଅନ୍ତ୍ୟନ୍ତ ଦୁର୍ଭାଗ୍ୟଜନକ ମନ୍ତବ୍ୟ । ନବୀନ ବାବୁ କେନ୍ଦ୍ରରେ ମଜବୁତ ସରକାର ଚାହାନ୍ତି ନା ମଜବୁର ସରକାର ଚାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଡା.ପାତ୍ର । ଡା.ପାତ୍ର କହିଛନ୍ତି କେନ୍ଦ୍ରରେ ଏକ ମଜବୁତ ସରକାରର ଆବଶ୍ୟକତା ଅଛି । ମୋଦିଙ୍କ ଦୃଢ ନେତୃତ୍ୱ ଯୋଗୁଁ ପାକିସ୍ତାନ ଉପରେ ପ୍ରହାର କରାଯାଇ ପାରିଲା ବୋଲି ଡା.ସମ୍ବିତ ପାତ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତକାଲି ନୟାଗଡ ଗସ୍ତରେ ଯାଇ ନିର୍ବାଚନ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ନବୀନ ପ୍ରଥମ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ। କେନ୍ଦ୍ରରେ ବିଜେଡି ପ୍ରମୁଖ ଭୂମିକା ନେବ ବୋଲି କହିଥିଲେ ନବୀନ । ଓଡ଼ିଶାରେ ୨୧ରୁ ୨୧ ଲୋକସଭା ସିଟ୍ ବିଜେଡି ଅକ୍ତିଆର କରିବ ବୋଲି ମଧ୍ୟ ଦୃଢୋକ୍ତି କରିଥିଲେ ବିଜେଡି ସୁପ୍ରିମୋ ।
ଏହାଛଡା ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବେ ବୋଲି ବି କହିଛନ୍ତି । ତେବେ ତେବେ ବିକାଶକୁ ମୁଖ୍ୟ ଅସ୍ତ୍ର କରି ସମ୍ବିତ ପାତ୍ର ପୁରୀବାସୀଙ୍କ ନିକଟତର ହେବେ ବୋଲି ଦାବି କରିଛନ୍ତି । ସେ କହିଛନ୍ତି କି, ପୁରୀ ଏକ ସାଧାରଣ ସହର ନୁହେଁ ବରଂ ଅତି ମହତ୍ୱପୂର୍ଣ୍ଣ ସହର । କିନ୍ତୁ ବଡ ଦୁର୍ଭାଗ୍ୟର ବିଷୟ ଏହି ଐତିହ୍ୟ ସଂପର୍କରେ କେଉଁଠାରେ ବି ଚର୍ଚ୍ଚା ହେଉ ନାହିଁ।
ଆଗକୁ ସମ୍ବିତ ପାତ୍ର କହିଛନ୍ତି, ଭାରତବର୍ଷକୁ ଆଗକୁ ବଢାଇବାକୁ ହେଲେ ଗୋଟିଏ ମଜବୁତ ସରକାର ଦରକାର। ଗୋଟିଏ ଅସ୍ଥିର ସରକାର କେବେ ହେଲେ ବି ଭାରତବର୍ଷକୁ ଆଗକୁ ନେଇପାରିବ ନାହିଁ ବୋଲି ଓଡିଶାବାସୀମାନେ ଏସଂପର୍କରେ ବହୁତ ଭଲ ଭାବରେ ଜାଣିଛନ୍ତି । ସେଥିପାଇଁ ମୋଦିଙ୍କ ହାତକୁ ଟାଣ କରିବେ, ମୋଦିଙ୍କ ପଛରେ ଛିଡା ହେବେ ଏବଂ ପଦ୍ମ ସଂପୂର୍ଣ୍ଣ ଭାବରେ ଓଡିଶାରେ ଫୁଟିବ ବୋଲି ଦୃଢୋକ୍ତି ବାଢିଛନ୍ତି ବିଜେପିର ପୁରୀ ଲୋକସଭା ଆସନର ପ୍ରାର୍ଥୀ ସମ୍ବିତ ପାତ୍ର ।