ଦେଶର ଦ୍ଵିତୀୟ ପ୍ଲାଷ୍ଟିକ୍‌ ବର୍ଜିତ ରେଳଷ୍ଟେସନ୍‌ ହେଲା ସମ୍ବଲପୁର

ଦେଶର ଦ୍ଵତୀୟ ପ୍ଲାଷ୍ଟିକ୍‌ ବର୍ଜିତ ରେଳ ଷ୍ଟେସନ୍‌ ଭାବେ ସମ୍ବଲପୁର ରେଳ ଷ୍ଟେସନ୍‌କୁ ମାନ୍ୟତା ଦେଇଛନ୍ତି ରେଳବାଇ କର୍ତ୍ତୃପକ୍ଷ।   
ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଡ଼.ଜୟଦୀପ ଗୁପ୍ତାଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ଓ ଅଧିକାରୀ, ସ୍କୁଲ ଛାତ୍ର ଛାତ୍ରୀ, ଭାରତ ସ୍କାଉଟସ ଓ ଗାଇଡ଼ସ ଏବଂ ଏନ.ସି.ସି. ସ୍ବେଛାସେବୀ, ଷ୍ଟେସନ କର୍ମଚାରୀମାନେ  ଏହି ଅବସରରେ ଏକ ଶପଥ ଗ୍ରହଣ ଉତ୍ସବରେ ଭାଗନେଇ ସମ୍ବଲପୁର ଷ୍ଟେସନରେ ଥରେ ଉପଯୋଗୀ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନକରିବାକୁ ଶପଥ ନେଇଛନ୍ତି। ଅନ୍ୟମାନଙ୍କୁ ଏଠାରେ ପ୍ଲାଷ୍ଟିକ ବ୍ୟବହାର ନକରାଇବାକୁ ସଚେତନତା କରାଇବେ ବୋଲି କହିଛନ୍ତି।

ବହୁ ସଂଖ୍ୟାରେ ଅଧିକାରୀ, କର୍ମଚାରୀ, ଭାରତ ସ୍କାଉଟସ ଓ ଗାଇଡ଼ସ ଏବଂ ଏନ.ସି.ସି. ସ୍ବେଛାସେବୀ, ସ୍କୁଲ ଛାତ୍ର ଛାତ୍ରୀ, ବେସରକାରୀ ସଂସ୍ଥା, ରେଳ ଯାତ୍ରୀ, ଭେଣ୍ଡର, ସ୍ୱୀକୃତିପ୍ରାପ୍ତ କୁଲି, ସଫାଈ କର୍ମଚାରୀ ଏବଂ ବରିଷ୍ଠ ନାଗରିକ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ସମ୍ବଲପୁର ଷ୍ଟେସନ ଠାରେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଶପଥ ନେଇଥିଲେ I  

ସମ୍ବଲପୁର ରେଳ ଷ୍ଟେସନ, ରେଳବାଇ କାର୍ଯ୍ୟାଳୟ ଓ ପରିସର ମଧ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ମଣ୍ଡଳ ରେଳବାଇ ପ୍ରବନ୍ଧକ ଡ଼. ଜୟଦୀପ ଗୁପ୍ତା ଏକ ପ୍ରେରଣାଦାୟୀ ଉଦବୋଧନ ଦେଇ ପରିବେଶ ପ୍ରତି ଏହାର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ I   
 
ମହାପ୍ରବନ୍ଧକ ଶ୍ରୀ ଗୁପ୍ତାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ରେଳବାଇ ଅଧିକାରୀ, କର୍ମଚାରୀ, ଭାରତ ସ୍କାଉଟସ ଓ ଗାଇଡ଼ସ ଏବଂ ଏନ.ସି.ସି. ସ୍ବେଛାସେବୀ, ସ୍କୁଲ ଛାତ୍ର ଛାତ୍ରୀ, ବେସରକାରୀ ସଂସ୍ଥା, ରେଳ ଯାତ୍ରୀ, ଭେଣ୍ଡର, ସ୍ୱୀକୃତିପ୍ରାପ୍ତ କୁଲି, ସଫାଈ କର୍ମଚାରୀ ଏବଂ ବରିଷ୍ଠ ନାଗରିକମାନେ ଏକ ରାଲି ଆୟୋଜନ କରି ରେଳଯାତ୍ରୀ ଓ ରେଳ ବ୍ୟବହାରକାରୀ ଏବଂ ସାଧାରଣ ଜନତାଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ସମ୍ବନ୍ଧରେ ସଚେତନତା କରାଇଥିଲେ I    

Leave a Reply

Your email address will not be published. Required fields are marked *