ସମରେନ୍ଦ୍ର ମିଶ୍ର- ସପ୍ତଗିରି ଉଲ୍ଲାକା କଂଗ୍ରେସ ଲୋକସଭା ପ୍ରାର୍ଥୀ
କଂଗ୍ରେସ ପକ୍ଷରୁ ଆଉ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ବଲାଙ୍ଗିରରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢ଼ିବେ। ଦଳ ତାଙ୍କୁ ଟିକେଟ୍ ଦେଇଛି। ସେହିପରି କୋରାପୁଟ ସଂରକ୍ଷିତ ଆସନରୁ ସପ୍ତଗିରି ଉଲ୍ଲାକାଙ୍କୁ ପ୍ରାର୍ଥୀ କରାଯାଇଛି।
ଦ୍ୱିତୀୟ ପର୍ଯ୍ୟାୟରେ ଆସ୍କା ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ଏହି ଆସନ ସିପିଆଇକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ। ତେବେ ଏଆଇସିସି ପକ୍ଷରୁ ଏ ସମ୍ପର୍କରେ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ।











