୧୦୦ଦିନ ପରେ ଆସିବେ ଚୁଲବୁଲ୍ ରବିନ୍ ହୁଡ୍ ପାଣ୍ଡେ
ଶୀର୍ଷକଟିକୁ ପଢ଼ିବା ପରେ ସିନେପ୍ରେମୀଙ୍କ ମନରେ ଏନେଇ ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ । କିନ୍ତୁ ଏକଥା ଆମେ ନୁହେଁ, ନିଜେ ସଲ୍ଲୁ ଭାଇଜାନ୍ କହିଛନ୍ତି ଏବଂ ତାଙ୍କୁ ସ୍ୱାଗତ କରିବା ପାଇଁ ମଧ୍ୟ ଇଚ୍ଛା ଜାହିର୍ କରିଛନ୍ତି । ତେବେ ଅସଲ କଥାଟି ହେଉଛି ସଲ୍ଲୁ ଭାଇଜାନଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ମୋସନ୍ ପୋଷ୍ଟର୍ ରିଲିଜ୍ କରାଯାଇଛି । ଦବଙ୍ଗ ଖାନ୍ ତାଙ୍କର ଟ୍ୱିଟର୍ ଆକାଉଣ୍ଟ୍ ମାଧ୍ୟମରେ ଏହାକୁ ସେୟାର୍ କରିବା ସହିତ କ୍ୟାପସନରେ ଲେଖିଛନ୍ତି ଯେ – ‘ଆ ରହେ ହେଁ ଚୁଲବୁଲ୍ ରବିନ୍ ହୁଡ୍ ପାଣ୍ଡେ ଠିକ୍ ୧୦୦ ଦିନ୍ କେ ବାଦ୍ । ସ୍ୱାଗତ ତୋ କରୋ ହମାରା’ । ମୋସନ୍ ପୋଷ୍ଟରରେ ମଧ୍ୟ ସଲମାନ୍ ଏହି ଡାଇଲଗ୍ କହୁଥିବାର ଶୁଣିବାକୁ ମିଳିଛି ।
ଏହି ଫିଲ୍ମ ହିନ୍ଦୀ ସହିତ ତାମିଲ, ତେଲୁଗୁ ଓ କନ୍ନଡ଼ ଭାଷାରେ ରିଲିଜ୍ କରାଯିବ । ତେଣୁ ସଲମାନ୍ ଏହି ୩ଟି ଭାଷାର ମୋସନ୍ ପୋଷ୍ଟର୍ ମଧ୍ୟ ସେୟାର୍ କରିଛନ୍ତି । ପ୍ରଭୁ ଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଡିସେମ୍ବର ୨୦ ତାରିଖରେ ସିନେମାଘରକୁ ଆସିବ । ସଲମାନ୍, ଅରବାଜ୍ ଓ ନିଖିଲ ଦ୍ୱିବେଦୀଙ୍କ ପ୍ରଯୋଜିତ ‘ଦବଙ୍ଗ ୩’ରେ ସଲ୍ଲୁଙ୍କ ସହିତ ସୋନାକ୍ଷୀ ସିହ୍ନା, ଅରବାଜ୍ ଖାନ୍, ସୁଦିପ୍, ପ୍ରମୋଦ ଖାନ୍ନା, ଟିନୁ ଆନନ୍ଦ, ପଙ୍କଜ ତ୍ରିପାଠୀ ଓ ନବାବ୍ ଶାହ ମଧ୍ୟ ସ୍କ୍ରୀନ୍ ସେୟାର୍ କରିବେ ।











