ସଲ୍ଲୁଙ୍କ ସହିତ ବିବାହ କରିବାକୁ କାଟ୍ରିନାଙ୍କୁ ମିଳିଲା ପ୍ରସ୍ତାବ, ଜାଣନ୍ତୁ କ୍ୟାଟ୍ ପ୍ରତିକ୍ରିୟା
ଅନସ୍କ୍ରୀନ ଓ ଅଫ୍ସ୍କ୍ରୀନ୍ ସୁପର୍ହିଟ୍ ରୋମାଣ୍ଟିକ୍ ଯୋଡ଼ି ଭାବେ ସଲ୍ଲୁମିଆଁ ଓ କାଟ୍ରିନାଙ୍କ ଚର୍ଚ୍ଚା ଏକଦା ସିନେ ମହଲରେ ରାଜ୍ କରୁଥିଲା । ଏହି ଲଭ୍ବାର୍ଡ଼ଙ୍କ ବ୍ରେକ୍ଅପ୍ ଖବର ମଧ୍ୟ ସୋସିଆଲ୍ ମିଡିଆରେ ଚହଳ ପକାଇଥିଲା । ଏବେ ବଲିଉଡ୍ର ଆଗାମୀ ଫିଲ୍ମ ‘ଭାରତ’ ପାଇଁ ପୁଣିଥରେ ସଲ୍ଲୁ ଓ କ୍ୟାଟ୍ ସିନେପ୍ରେମୀଙ୍କ ଚର୍ଚ୍ଚାରେ ଅଛନ୍ତି । କେବଳ ‘ଭାରତ’ ପାଇଁ ନୁହେଁ, ଆଜିକାଲିଏହି ଯୋଡ଼ିଙ୍କୁ କଫି ଟେବୁଲ୍ରୁ ଆରମ୍ଭ କରି ବିଭିନ୍ନ ପାର୍ଟି, ଇଭେଣ୍ଟ୍ ଓ ସପିଙ୍ଗ୍ ମଲ୍ରେ ଦେଖିବାକୁ ମିଳୁଛି।
ନିକଟରେ ସଲ୍ଲୁ ଓ କ୍ୟାଟ୍ ଗୋଟିଏ କଫି ସେୟାର୍ କରିଥିବାର ଖବର ସିନେପ୍ରେମୀ ମହଲରେ ଧମାକା କରିଥିଲା । ଏହା ପରଠାରୁ ସଲ୍ଲୁଙ୍କ ସହିତ ବିବାହ କରିବା ପାଇଁ କ୍ୟାଟ୍ଙ୍କୁ ତାଙ୍କ ପ୍ରଶଂସକଙ୍କ ପକ୍ଷରୁ ଅନେକ ମେସେଜ୍ ଆସୁଛି ବୋଲି ଖବର ମିଳିଛି । ଏବେ ଏହି ଧାରାକୁ ଆଉ ଟିକେ ଆଗକୁ ନେବାକୁ ଚେଷ୍ଟା କରି କ୍ୟାଟଙ୍କ ଜଣେ ପ୍ରଶଂସକ ସୋସିଆଲ୍ ମିଡିଆରେ ଏକ ଅନୁରୋଧ କରିଛନ୍ତି । କ୍ୟାଟ୍ଙ୍କ ଏହି ପ୍ରଶଂସକଙ୍କ ନାମ ଜଣାପଡ଼ି ନାହିଁ । ସେ ଲେଖିଛନ୍ତି ଯେ – ‘ମ୍ୟାଡମ୍, ସଲ୍ମାନ୍ ଖାନ୍ ଆପଣଙ୍କ ପାଇଁ ପରଫେକ୍ଟ । ଆପଣ ତାଙ୍କ ସହିତ ବିବାହ କରିନିଅନ୍ତୁ’ । ପ୍ରଶଂସକଙ୍କ ଏଭଳି ପ୍ରସ୍ତାବରେ କ୍ୟାଟ୍ କେବଳ ‘ହୁଁ’ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।
ଏହାର ଅର୍ଥ- କ୍ୟାଟ୍ ଏ ସମ୍ପର୍କରେ ବିଚାର କରିପାରନ୍ତି ବୋଲି ପ୍ରଶଂସକ କଳ୍ପନା କରିଛନ୍ତି । ତେବେ ପ୍ରଶଂସକମାନେ ଯାହା କିଛି କଲ୍ପନା କରନ୍ତୁ ନା କାହିଁକି, କ୍ୟାଟ୍ ଓ ସଲ୍ଲୁଙ୍କ ସମ୍ପର୍କ ଆଗାମୀ ଦିନରେ କେଉଁଭଳି ସାମନାକୁ ଆସିବ, ତାହା କେବଳ ସମୟ କହିବ ।