ଏହି ଫିଲ୍ମର ସୁଟିଂ ସମୟରେ ଭାଇଜାନ୍ ଖାଉଥିଲେ ୩୦ପଟ ରୁଟି

ମଲଟି ଟାଲେଣ୍ଟେଡ୍ ଦବଙ୍ଗ ଖାନ୍ ଓରଫ୍ ସଲମାନ୍ ବିଶେଷ ଭାବେ ନିଜର ଫିଟନେସ୍ ପାଇଁ ଯୁବପିଢିଙ୍କ ଆଇକନ୍ ସାଜିଛନ୍ତି । ସଲ୍ଲୁ ଭାଇଜାନଙ୍କ ଜିମ୍ ଭିଡିଓ ଓ କଷ୍ଟ ୱାର୍କଆଉଟ୍ ଭିଡିଓ ପ୍ରାୟ ସବୁବେଳେ ସୋସିଆଲ୍ ମିଡିଆରେ ଛାଇ ରହୁଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି ମଧ୍ୟ ଏକ ସମୟ ଥିଲା ଯେତେବେଳେ ଭାଇଜାନ୍ ଗୋଟିଏ ଥର ୩୦ ପଟ ରୁଟି ଖାଉଥିଲେ । ଏହି ଖବର ଉପରେ ନିଜେ ଭାଇଜାନ୍ ମୋହର ମାରିଛନ୍ତି । ମିଡିଆ ସହିତ ଏକ ସାକ୍ଷାତକାରରେ ଭାଇଜାନ୍ କହିଥିଲେ ଯେ ବଲିଉଡରେ ଏଣ୍ଟ୍ର କରିବା ପରଠାରୁ ମୋର ଓଜନକୁ ନେଇ ସମସ୍ୟା ଦେଖାଦେଇଥିଲା । ମୁଁ ବହୁତ ଦୁର୍ବଳ ଥିଲି । ତେଣୁ ଓଜନ ବଢାଇବା ସହିତ ଫିଟନେସ୍ ମୋର ପ୍ରଥମ ଲକ୍ଷ ଥିଲା । ମୋର ମନେ ଅଛି ‘ମୈନେ ପ୍ୟାର୍ କିୟା’ର ସୁଟିଂ ସେଟରେ ମୁଁ ୩୦ ପଟ ରୁଟି ଖାଉଥିଲି’ ।

ସୂରଜ ବଡ଼ଜାତ୍ୟାଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍ ଫିଲ୍ମ ‘ମୈନେ ପ୍ୟାର୍ କିୟା’ ସେହି ସମରେ ବ୍ଲକବଷ୍ଟର୍ ପ୍ରମାଣିତ ହୋଇଥିଲା । ଏଥିରେ ସଲମାନ୍ ଓ ଭାଗ୍ୟଶ୍ରୀଙ୍କ ଯୋଡ଼ି ଆଜିପର୍ଯ୍ୟନ୍ତ ବି ଟାଉନର ସଫଳ ଓ ହିଟ୍ ଯୋଡ଼ି ଭାବେ ଗଣାଯାଉଛି । ୨୧୦ କୋଟି ଟଙ୍କାର ସଫଳ ବ୍ୟବସାୟ କରିଥିବା ‘ଭାରତ’ ପରେ ଆଜିକାଲି ସଲ୍ଲୁମିଆଁ ‘ଦବଙ୍ଗ ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଦବଙ୍ଗ ଖାନ ଓରଫ୍ ଚୁଲବୁଲ୍ ପାଣ୍ଡେଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଏହାକୁ ଚଳିତ ବର୍ଷ ଶେଷସୁଦ୍ଧା ରିଲିଜ୍ କରିବାକୁ ଚେଷ୍ଟା କରାଯାଉଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *