ଅତିଥି ଭୂମିକାରେ ଭାଇଜାନ୍

ବି ଟାଉନ୍ ବ୍ୟାଚେଲର୍ ସଲ୍ଲୁ ଭାଇଜାନ୍ ଆଗାମୀ ଦିନରେ ଅତିଥି ଭୂମିକାରେ ନଜର ଆସିବେ ବୋଲି ଖବର ଆସିଛି । ତେବେ ସେହି ଫିଲ୍ମଟି ହେଉଛି ‘ଶାହୋ’ । ବାହୁବଳୀ ପ୍ରଭାଷ ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବେ । କିଛିଦିନ ତଳେ ରିଲିଜ୍ ହୋଇଥିବା ଏହାର ପୋଷ୍ଟରରେ ପ୍ରଭାଷ, ନୀଲ୍ ନିତିନ୍ ମୁକେଶ ଓ ଶ୍ରଦ୍ଧା କପୁରଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମରେ ଅତିଥି ଭୂମିକା ପାଇଁ ନୀଲ୍ ଫିଲ୍ମନିର୍ମାତାଙ୍କୁ ସଲମାନଙ୍କ ନାଁ ସୁପାରିଶ କରିଥିଲେ । କହିରଖୁଛୁ ସଲମାନ୍ ଓ ନୀଲ୍ ଖୁବ୍ ଭଲ ସାଙ୍ଗ । ‘ପ୍ରେମ ରତନ ଧନ୍ ପାଓ’ ପରଠାରୁ ଏହି ସମ୍ପର୍କରେ ଆହୁରି ନିବିଡ଼ତା ଆସିଯାଇଛି । ତେଣୁ ନୀଲଙ୍କ କହିବା ଅନୁଯାୟୀ ଫିଲ୍ମନିର୍ମାତା ଭାଇଜାନଙ୍କୁ ଆପ୍ରୋଚ୍ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

କିନ୍ତୁ ଏ ସମ୍ପର୍କରେ ଦବଙ୍ଗ ହିରୋଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ସଲ୍ଲୁମିଆଁ ଆଜିକାଲି ‘ଭାରତ’ ଫିଲ୍ମର ପ୍ରମୋସନ୍ ଓ ‘ଦବଙ୍ଗ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାପରେ ସେ ସଞ୍ଜୟଲୀଲା ବନସାଲିଙ୍କ ଫିଲ୍ମ ‘ଇନସାଆଲ୍ଲା’ର ସୁଟିଂ ଆରମ୍ଭ କରିବେ । ‘ଶାହୋ’ ଆଗାମୀ ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିବ ।

Leave a Reply

Your email address will not be published. Required fields are marked *