କାହିଁକି ବାହାହେଉ ନାହାନ୍ତି ଭାଇଜାନ୍, ଜଣାପଡ଼ିଲା ମୁଖ୍ୟ କାରଣ
ବି ଟାଉନର ମୋଷ୍ଟ୍ ୱାଣ୍ଟେଡ୍ ବ୍ୟାଚେଲର୍ ଦବଙ୍ଗ ଖାନ୍ ଓରଫ୍ ସଲ୍ଲୁ ଭାଇଜାନଙ୍କ ବିବାହ ଚର୍ଚ୍ଚା ପ୍ରାୟ ସବୁବେଳେ ଲାଇମଲାଇଟର ମୁଖ୍ୟ ବିଷୟ ଭାବେ ରହିଆସିଛି । ନିକଟରେ ମଧ୍ୟ ଏ ସମ୍ପର୍କରେ ସଲ୍ଲୁଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସଲ୍ଲୁ ଯାହା କହିଥିଲେ, ତାହା ସଲ୍ଲୁଙ୍କ ବିବାହକୁ ନେଇ ଉଠୁଥିବା ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱରେ ପୂର୍ଣ୍ଣଛେଦ ଲଗାଇବ ବୋଲି ଚର୍ଚ୍ଚା ହେଉଛି । ‘ଭାରତ’ ଫିଲ୍ମର ପ୍ରମୋସନ୍ ପାର୍ଟିରେ ମିଡିଆ ପକ୍ଷରୁ ସଲ୍ଲୁଙ୍କୁ ତାଙ୍କର ପ୍ରୋଫେସନାଲ୍ ଓ ପର୍ସନାଲ୍ ଲାଇଫ୍ ସମ୍ପର୍କରେ ଅନେକ କିଛି ପ୍ରଶ୍ନ କରାଯାଇଥିଲା ।
ତେବେ ବିବାହ ନକରିବା ପ୍ରସଙ୍ଗକୁ ନେଇ ସଲ୍ଲୁ ଏକ ମୁଖ୍ୟ କାରଣ ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ – ସେ ସବୁବେଳେ ପରିବାରକୁ ଗୁରୁତ୍ୱ ଦେଇଥାନ୍ତି । ତାଙ୍କ ପାଇଁ ପରିବାର ହିଁ ସବୁକିଛି । ଯେତେବେଳେ ବି ସମୟ ମିଳେ ସେ ପରିବାର ସହିତ ରହିବାକୁ ପସନ୍ଦ କରନ୍ତି । ତେଣୁ ପରିବାରକୁ ବାଦ୍ ଦେଇ ସେ ଆଉ କାହାକୁ ଅଧିକ ଗୁରୁତ୍ୱ ଓ ସମୟ ଦେବାକୁ ଚାହାନ୍ତି ନାହିଁ । ଏଭଳି ସ୍ଥଳେ କାହାକୁ ବାହାହେବା ଏବଂ ତାହାଙ୍କୁ ସମୟ ଓ ଗୁରୁତ୍ୱ ନଦେବା ଅନ୍ୟାୟ ହେବ । ତେଣୁ ସେ ନିଜ ଲାଇଫରେ ଅନ୍ୟ କାହାକୁ ଆଣିବାକୁ ଚାହାନ୍ତି ନାହିଁ । ସଲ୍ଲୁଙ୍କ ପାଇଁ ତାଙ୍କର ପରିବାର ହିଁ ସବୁକିଛି । ସଲ୍ଲୁଙ୍କ ଏଭଳି ମାନସିକତା ତାଙ୍କର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।