ବ୍ରେକିଙ୍ଗ୍ ନିଉଜ୍, ଦୀପିକାଙ୍କ ସହିତ ସ୍କ୍ରୀନ୍ ସେୟାର୍ କରିବାକୁ ଚାହାନ୍ତି ସଲମାନ୍
ସଲମାନ୍ ଓ ଦୀପିକାଙ୍କୁ ନେଇ କୌଣସି ନା କୌଣସି ଖବର ଅନେକ ସମୟରେ ସୋସିଆଲ୍ ମିଡିଆକୁ ଆସିଥାଏ । ଅନେକ ଦିନ ତଳେ ଦୀପିକାଙ୍କୁ ସଲମାନ୍ଙ୍କ ଅପୋଜିଟ୍ ରୋଲ୍ ପାଇଁ ଅଫର୍ ଦିଆଯାଇଥିଲା । କିନ୍ତୁ ଦୀପିକା ଏଥିରେ ରାଜି ନଥିଲେ । ଏହି ଖବର ସେହି ସମୟରେ ଖୁବ୍ ଚର୍ଚ୍ଚାରେ ଥିଲା । ତଥାପି ଏଭଳି କିଛି ଖବର ସତ୍ତେ୍ୱ ସିନେପ୍ରେମୀ ଦୀପିକା ଓ ସଲମାନଙ୍କୁ ଗୋଟିଏ ଫିଲ୍ମରେ ଦେଖିବାକୁ ଚାହାନ୍ତି । ସିନେପ୍ରେମୀଙ୍କ ଏହି ଇଚ୍ଛାରେ ହଁ ଭରିଛନ୍ତି ସଲ୍ଲୁ ଭାଇଜାନ୍ ।
ନିକଟରେ ଏକ ମିଡିଆ ସାକ୍ଷାତକାରରେ ସଲ୍ଲୁ ଏଭଳି ଏକ କଥା କହିଛନ୍ତି, ଯାହାକି ପ୍ରଶଂସକ ମହଲରେ ଖୁସିର ଲହରି ଖେଳାଇ ଦେଇଛି । କିନ୍ତୁ ସଲ୍ଲୁଙ୍କ କଥାରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ଅଛନ୍ତି । ସଲ୍ଲୁ କହିଛନ୍ତି ଯେ – ‘ମୁଁ ନିଜେ ସେହି ଦିନକୁ ଅପେକ୍ଷା କରୁଛି, କେଉଁଦିନ ମୁଁ ଦୀପିକାଙ୍କ ସହିତ କୌଣସି ଫିଲ୍ମରେ ସ୍କ୍ରୀନ୍ ସେୟାର୍ କରିବି । ଦୀପିକା ଜଣେ ସଫଳ ଓ ଦକ୍ଷ ଅଭିନେତ୍ରୀ । ଦୀପିକାଙ୍କ ସହିତ ସ୍କ୍ରୀନ୍ ସେୟାର୍ କରିବାକୁ ହେଲେ ଏକ ଦମଦାର୍ କାହାଣୀର ଆବଶ୍ୟକତା ରହିଛି । ତେଣୁ ଯେଉଁଦିନ ଏକ ଭଲ କାହାଣୀ ମୋତେ ଓ ଦୀପିକାଙ୍କୁ ଅଫର୍ ହେବ, ନିଶ୍ଚିତ ମୁଁ ସେହି ଫିଲ୍ମ କରିବି । କିନ୍ତୁ ଆଜିପର୍ଯ୍ୟନ୍ତ ଏଭଳି କୌଣସି କାହାଣୀ ମିଳିନାହିଁ’ । ଭାଇଜାନଙ୍କ ଠାରୁ ଏହା ଶୁଣିବା ପରେ ସଲ୍ଲୁଙ୍କ ଏହି ଇଚ୍ଛା ଶୀଘ୍ର ପୁରଣ ହେଉ ବୋଲି ପ୍ରଶଂସକ ଶୁଭ ମନାସିଛନ୍ତି ।