ଆଉ ଏକ କୋରିଆନ୍ ଫିଲ୍ମର ହିନ୍ଦୀ ରିମେକ୍ କରିବେ ସଲ୍ଲୁ

ସଲ୍ଲୁଙ୍କ ଆଗାମୀ ଫିଲ୍ମ ‘ଭାରତ’ର ସୁଟିଂ ସରିଯାଇଛି ଏବଂ ସେ ଏବେ ‘ଦବଙ୍ଗ ୩’ ଓ ‘ଇନସାଆଲ୍ଲା’ର ସୁଟିଂ ପାଇଁ ପୂର୍ବ ପ୍ରସ୍ତୁତି କରୁଛନ୍ତି ବୋଲି ଖବର ଶୁଣିବାକୁ ମିଳିଥିଲା । ଇତିମଧ୍ୟରେ ସଲ୍ଲୁ ତାଙ୍କର ଆଉ ଏକ ପ୍ରୋଜେକ୍ଟ ଉପରୁ ପର୍ଦ୍ଦା ଉଠାଇଛନ୍ତି । ମିଡିଆ ସହିତ ସାକ୍ଷାତକାରରେ ସଲ୍ଲୁ କହିଛନ୍ତି ଯେ ସେ ଆଗାମୀ ଦିନରେ ଆଉ ଏକ କୋରିଆନ୍ ଫିଲ୍ମର ରିମେକ୍ ପ୍ରସ୍ତୁତ କରିବେ ବୋଲି ପ୍ଲାନିଙ୍ଗ୍ କରିଛନ୍ତି । ସଲ୍ଲୁ ତାଙ୍କ ଭିଣୋଇ ଅତୁଲ ଅଗ୍ନିହୋତ୍ରୀଙ୍କ ସହିତ ମିଶି ଏହି ଫିଲ୍ମ କରିବେ ବୋଲି ସୂଚନା ମିଳିଛି । କୋରିଆନ୍ ଫିଲ୍ମ ‘ଭେଟରନ୍’ର ହିନ୍ଦୀ ରିମେକର ରାଇଟ୍ସ ଅତୁଲଙ୍କ ପାଖରେ ଅଛି । ସଲ୍ଲୁଙ୍କ ଆଗାମୀ ଫିଲ୍ମ ‘ଭାରତ’ ମଧ୍ୟ ଏକ କୋରିଆନ୍ ଫିଲ୍ମର ହିନ୍ଦୀ ରିମେକ୍ ଭାବେ ପ୍ରସ୍ତୁତ କରାଯାଇଛି । ସୂଚନାଯୋଗ୍ୟ ୨୦୧୫ରେ ମୁକ୍ତିଲାଭ କରିଥିବା ‘ଭେଟରନ୍’ର କାହାଣୀ ଜଣେ ଡିଟେକ୍ଟିଭଙ୍କ ଉପରେ ଆଧାରିତ, ଯିଏକି ଜଣେ ସଫଳ ବିଜନେସମ୍ୟାନ୍ର କଳା କାରନାମା ରହସ୍ୟ ଖୋଲିବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଫିଲ୍ମର କାହାଣୀରେ ଆଉ କ’ଣ ସବୁ ରହିଛି, ତାହା ଜଣାପଡ଼ିନାହିଁ । ଆଗାମୀ ଇଦରେ ‘ଭାରତ’ ମୁକ୍ତିଲାଭ କରିବ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.