ଭାଇଜାନଙ୍କ ନୂଆ ଚ୍ୟାନେଲ୍
ବଡ଼ ପରଦାର ମୋଷ୍ଟ୍ ୱାଣ୍ଟେଡ୍ ବ୍ୟାଚେଲର୍ ସଲ୍ଲୁ ଭାଇଜାନ୍ ଛୋଟ ପରଦାର ଦର୍ଶକଙ୍କୁ ମଧ୍ୟ ନିଜର କରିବାରେ ସଫଳ ହୋଇଛନ୍ତି । ‘ବିଗ୍ ବସ୍’ ଓ ‘ଦଶ୍ କା ଦମ୍’କୁ ହୋଷ୍ଟ୍ କରୁଥିବା ସଲ୍ଲୁଙ୍କ ପ୍ରଡକସନ୍ ହାଉସ୍ ‘ଏସକେଟିଭି’ପକ୍ଷରୁ କମେଡ଼ି ଶୋ’ ‘ଦ କପିଲ୍ ଶର୍ମା ଶୋ’ ପ୍ରସାରିତ କରାଯାଉଛି । ତେବେ ଆଗାମୀ ଦିନରେ ସଲ୍ଲୁ ନିଜର ଏକ ଚ୍ୟାନେଲ୍ ନେଇ ଆସିବେ ବୋଲି ଚର୍ଚ୍ଚା ହେଉଛି । ଖବର ମିଳିଛି ଯେ ସଲ୍ଲୁ ଏହାର ପୂର୍ବ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଏଭଳି ସମୟରେ ତାଙ୍କୁ ଅନେକଗୁଡ଼ିଲ କଣ୍ଟେଣ୍ଟର ଆବଶ୍ୟକତା ରହିଛି । ଯଦି ନୂଆ ଚ୍ୟାନେଲ୍ ପାଇଁ ସଲ୍ଲୁଙ୍କୁ ଲାଇସେନ୍ସ ଅନୁମତି ମିଳିଯାଏ, ତାହେଲେ କପିଲଙ୍କ ଶୋ’ ସେହି ଚ୍ୟାନେଲକୁ ସିଫ୍ଟ ହୋଇପାରେ ବୋଲି ଅନୁମାନ କରାଯାଉଛି ।
ନୂଆ ଚ୍ୟାନେଲ୍ ବ୍ୟତୀତ ସଲ୍ଲୁ ଭାଇଜାନ୍ ଆଉ ଏକ ସମାଜସେବା ଅନୁଷ୍ଠାନ ପ୍ରତିଷ୍ଠା କରିବେ ବୋଲି ଖବର ଆସିଛି । ବିଙ୍ଗ୍ ହ୍ୟୁମାନ୍’ ଭଳି ସେ ‘ବିଙ୍ଗ୍ ଚିଲଡ୍ରେନ୍’ ନାମକ ନୂଆ ସଂସ୍ଥା ପ୍ରତିଷ୍ଠା କରିବେ, ଯେଉଁଥିରେ ଶିଶୁଙ୍କ ପାଠପଢା, ସ୍କୁଲ୍, ସ୍ୱାସ୍ଥ୍ୟ ଭଳି ସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯିବ । କିନ୍ତୁ ଏ ସମ୍ପର୍କରେ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ଆଜିକାଲି ସଲ୍ଲୁ ଭାଇଜାନ୍ ତାଙ୍କର ଆଗାମୀ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ଏବଂ ଏଥିରେ ତାଙ୍କ ସହ ସ୍କ୍ରୀନ୍ ସେୟାର୍ କରିବେ କାଟ୍ରିନା, ଦିଶା ପଟାନୀ ଓ ସୁନିଲ୍ ଗ୍ରୋଭର୍ । ଅଲ୍ଲୀ ଆବାସ ଜଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆଗାମୀ ଇଦ୍ରେ ମୁକ୍ତିଲାଭ କରିବ ବୋଲି ଆଶା ।