ଆଗାମୀ ଇଦରେ ଭାଇଜାନ୍ କହିବେ ‘ରାଧେ’, ଫାଷ୍ଟଲୁକ୍ ରିଲିଜ୍

ଦବଙ୍ଗ ଭାଇାଜାନଙ୍କ ‘ଦବଙ୍ଗ ୩’ର ରିଲିଜ୍ ଡେଟକୁ ଅପେକ୍ଷା କରି ବସିଥିବା ପ୍ରଶଂସକଙ୍କ ପାଇଁ ଆଉ ଏକ ଜବରଦସ୍ତ ଖୁସି ଖବର । ସଲ୍ଲୁ ଭାଇଜାନଙ୍କ ପକ୍ଷରୁ ଆଗାମୀ ଇଦ୍ ଉପହାର ଭାବେ ସିନେମାଘରକୁ ଆସିବ ‘ରାଧେ’ । ଏହାର ମୋସନ୍ ପୋଷ୍ଟରକୁ ଭାଇଜାନ୍ ଟ୍ୱିଟର୍ ମାଧ୍ୟମରେ ସେୟାର୍ କରିଛନ୍ତି । ୧ ମିନିଟର ଏହି ମୋସନ୍ ପୋଷ୍ଟରର ଫାଷ୍ଟହାପରେ ସଲମାନ୍ ଚୁଲବୁଲ୍ ପାଣ୍ଡେ ଭୂମିକାରେ ନଜର ଆସୁଥିବାବେଳେ ସେକେଣ୍ଡ ହାପରେ ‘ରାଧେ ୟୋର୍ ମୋଷ୍ଟ୍୍ ୱାଣ୍ଟେଡ୍ ଭାଇ’ ଭାବେ ନଜର ଆସୁଛନ୍ତି ।

‘ଦବଙ୍ଗ ୩’ ପରେ ଆଗାମୀ ଇଦରେ ସଞ୍ଜୟ ଲୀଲା ବନସାଲିଙ୍କ ଆଗାମୀ ପ୍ରୋଜେକ୍ଟ ‘ଇନସାଆଲ୍ଲା’ରେ ସଲ୍ଲୁଙ୍କୁ ଦେଖିବା ପାଇଁ ସିନେପ୍ରେମୀ ଅପେକ୍ଷା କରୁଥିଲେ । କିନ୍ତୁ ଭାଇଜାନ୍ ଓ ସଞ୍ଜୟଙ୍କ ଭିତରେ ସୃଷ୍ଟି ହୋଇଥିବା ମନୋମାଳିନ୍ୟ ପାଇଁ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରିନାହିଁ ବୋଲି ଖବର ମିଳିଥିଲା । ଏହି ଖବରରେ ସଲ୍ଲୁଙ୍କ ପ୍ରଶଂସକ ବେଶ୍ ନିରାଶ ହୋଇପଡ଼ିଥିଲେ । କିନ୍ତୁ ଏବେ ‘ରାଧେ’ ଖବର ଶୁଣିବା ପରେ ସେହି ନିରାଶା ଖୁସିରେ ବଦଳିଯାଇଛି । କୋରିଆନ୍ ଫିଲ୍ମ ‘ଦ ଆଉଟଲସ୍’ର ହିନ୍ଦି ରିମେକ୍ ଭାବେ ଏହାକୁ ପ୍ରସ୍ତୁତ କରାଯିବ ଏବଂ ଏହାର ନିର୍ଦ୍ଦେଶନା ଦେବେ ପ୍ରଭୁ ଦେବା ।

Leave a Reply

Your email address will not be published. Required fields are marked *