ସଲମାନଙ୍କ ଘରେ କ୍ରାଇମବ୍ରାଞ୍ଚ୍ ଚଢ଼ଉ
ଦବଙ୍ଗ ଭାଇଜାନଙ୍କ ବଙ୍ଗଳାରେ କ୍ରାଇମବ୍ରାଞ୍ଚ୍ ଚଢ଼ଉ କରିବା ପରେ ଏନେଇ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି ହୋଇଛି । ମିଡିଆ ସୂଚନା ଅନୁଯାୟୀ ଗୋରାଇସ୍ଥିତ ଭାଇଜାନଙ୍କ ବଙ୍ଗଳାରେ ଚଢ଼ଉ କରି ମୁମ୍ବାଇ ପୁଲିସ୍ ୬୨ ବର୍ଷୀୟ ଜଣେ ବ୍ୟକ୍ତିକୁ ଗିରଫ କରିଥିଲେ । ଗିରଫ ହୋଇଥିବା ସେ ବ୍ୟକ୍ତି ଜଣକ ହେଉଛନ୍ତି ସିଦେ୍ଧଶ୍ୱର ରାଣା । ଦୀର୍ଘ ୨୦ ବର୍ଷ ହେଲା ସେ ବଙ୍ଗଳାର କେୟାର୍ ଟେକର୍ ଭାବେ ରହିଥିଲେ । ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୯୯୦ ମସିହାରେ ଚୋରି ଓ ଜବରଦସ୍ତି ମାରପିଟ୍ ମାମଲାରେ ରାଣାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ କିଛି ଦିନ ପରେ ତାଙ୍କୁ ଜାମିନ୍ ମିଳିଥିଲା । ଜାମିନ୍ ପରଠାରୁ ସେ ଫୋରର୍ ଥିଲେ ଏବଂ ପୁଲିସ୍ ତାଙ୍କର ସନ୍ଧାନରେ ଥିଲା ।
କ୍ରାଇମବ୍ରାଞ୍ଚ୍ ର ଗୁପ୍ତ ସୂଚନା ଅନୁଯାୟୀ ମୁମ୍ବାଇ ପୁଲିସ୍ ରାଣାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଶେଷରେ ଏକ ସୁବ୍ୟବସ୍ଥିତ ଯୋଜନା ଅନୁଯାୟୀ ରାଣାଙ୍କୁ ଗିରଫ କରାଯାଇଥିଲା । ଏହି ଖବର ସୋସିଆଲ୍ ମିଡିଆକୁ ଆସିବା ପରେ ସଲ୍ଲୁ ଭାଇଜାନଙ୍କ ପ୍ରଶଂସକଙ୍କୁ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ଏ ସମ୍ପର୍କରେ ଅନେକ ଚର୍ଚ୍ଚା ଲାଗିରହିଛି ।