ର୍ନିବନ୍ଧ କଲେ ଶ୍ରୀଦେବୀଙ୍କ ଝିଅ
ଶ୍ରୀଦେବୀଙ୍କ ଝିଅ ତାଙ୍କର ଲଙ୍ଗ୍ ଟାଇମ୍ ବୟଫ୍ରେଣ୍ଡ୍ ଅହଦ୍ ରଜା ମୀରଙ୍କ ସହିତ ର୍ନିବନ୍ଧ କରିଥିବାର ଖବର ପ୍ରଶଂସକଙ୍କ ପାଖରେ ପହଞ୍ଚି ଯାଇଛି । କିନ୍ତୁ ଟିକେ ରହିଯାଆନ୍ତୁ । ଯେଉଁ ଅଭିନେତ୍ରୀଙ୍କ ସମ୍ପର୍କରେ ଏଭଳି ଏକ ଖୁସି ଖବର ଆସିଛି ସେ ଜାହ୍ନବୀ କିମ୍ବା ଖୁସିଙ୍କ ମଧ୍ୟରୁ କେହି ନୁହଁନ୍ତି । ସେ ଅଭିନେତ୍ରୀ ଜଣକ ହେଉଛନ୍ତି ଶ୍ରୀଦେବୀଙ୍କ ଅନସ୍କ୍ରୀନ୍ ଝିଅ ସଜଲ ଅଲ୍ଲି । ପାକିସ୍ତାନୀ ଅଭିନେତ୍ରୀ ସଜଲ୍ ଶ୍ରୀଦେବୀଙ୍କ ଅଭିନୀତ ‘ମମ୍’ରେ ତାଙ୍କ ଝିଅ ଭୂମିକାରେ ପରଦା ଉପରକୁ ଆସିଥିଲେ । ସଜଲ ଓ ଅହଦଙ୍କ ଏକ ଫଟୋ ସହିତ ଏହି ଖୁସି ଖବରକୁ ସଜଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର୍ କରିଛନ୍ତି । କ୍ୟାପସନରେ ଲେଖାଯାଇଛି ‘ଏକ ନୂଆ ଆରମ୍ଭ । ଉଭୟଙ୍କ ପରିବାରଙ୍କ ଆର୍ଶିବାଦରେ ଏହି ସମ୍ପର୍କ ଯୋଡ଼ି ହୋଇପାରିଛି’ ।
କହିରଖୁଛୁ କିଙ୍ଗ୍ ଖାନଙ୍କ ଫିଲ୍ମ ‘ରଇସ୍’ରୁ ସଜଲ୍ ବଲିଉଡରେ ପାଦ ଥାପିଥିଲେ । ୨୦୧୭ର ଏକ ଶୋ’ ‘ୟକିନ୍ କା ସଫର୍’ ମାଧ୍ୟମରେ ସଜଲ୍ ଓ ଅହଦଙ୍କ ପ୍ରଥମ ସାକ୍ଷାତ ହୋଇଥିଲା । ଏହି ଶୋ’ରେ ସଜଲ୍ ଓ ଅହଦ୍ ଡାକ୍ତର ଭୂମିକାରେ ଥିଲେ । ୨୦୧୮ରେ ଏହି ଯୋଡ଼ିକୁ ‘ବେଷ୍ଟ୍ ଅନସ୍କ୍ରୀନ୍ ଯୋଡ଼ି’ ଭାବେ ଆୱାର୍ଡ଼ ମିଳିଥିଲା ।











