‘ସାକ୍ରେଡ୍ ଗେମ୍ସ-୨’ ପାଇଁ କଡ଼ା ପରିଶ୍ରମ କରିଥିଲେ ସୈଫ୍
ବଲିଉଡ୍ ନବାବ୍ ସୈଫ୍ ଅଲ୍ଲୀ ଖାନ୍ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ସାକ୍ରେଡ୍ ଗେମ୍ସ-୨’ ପାଇଁ ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହି ୱେବ୍ ସିରିଜର ପ୍ରଥମ ଭାଗରେ ସୈଫ୍ ଅନେକ ପ୍ରଶଂସା ସାଉଁଟିଥିଲେ । ଏହାର ଦ୍ୱିତୀୟ ସଂସ୍କରଣ ଆସନ୍ତା ଅଗଷ୍ଟ ୧୫ରେ ପ୍ରସାରିତ ହେବ । କାହାଣୀ ଅନୁଯାୟୀ ସୈଫ୍ ଜଣେ ପୁଲିସ୍ ଅଫିସର୍ ଭୂମିକାରେ ଅଛନ୍ତି । ଏହି ଚରିତ୍ରରେ ନିଜକୁ ଫିଟ୍ କରିବା ପାଇଁ ସେ ଜିମରେ ଅଧିକରୁ ଅଧିକ କଡ଼ା ପରିଶ୍ରମ କରିଛନ୍ତି ବୋଲି ଖବର ମିଳିଛି । ଏହା ସହିତ ସୈଫଙ୍କୁ ନିଜର ଡାଏଟ୍ ମଧ୍ୟ କଣ୍ଟ୍ରୋଲ୍ କରିବାକୁ ପଡ଼ିଛି । ସିଜିନ୍ ୧ରୁ ସିଜିନ୍ ୨ ପର୍ଯ୍ୟନ୍ତ କାହାଣୀର ମୋଡ଼ ବଦଳି ଯାଇଥିବାରୁ ସୈଫ୍ ଫ୍ୟାଟରୁ ଫିଟ୍ ହୋଇଛନ୍ତି ବୋଲି କହିଥିଲେ ।
କାହାଣୀ ଅନୁଯାୟୀ ପୁଲିସ୍ ଅଫିସର୍ ସରତାଜ୍ ଜୀବନରେ ଅନେକ କିଛି ଘାତ ପ୍ରତିଘାତର ସାମନା କରି ଆଗକୁ ବଢି ଚାଲିଛନ୍ତି । ତେଣୁ ସେ ନିଜର ଫିଟନେସ୍ ପ୍ରତି କୌଣସି ଧ୍ୟାନ ଦେଇପାରିନାହାନ୍ତି । କିନ୍ତୁ ଦ୍ୱିତୀୟ ସିଜିନରେ ସରତାଜ୍ଙ୍କୁ ଅନେକ ଆକ୍ସନ୍ ଭିତ୍ତିକ କାମ କରିବାକୁ ହେବ । ତେଣୁ ସେ ନିଜ ଫିଟନେସକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ସରତାଜଙ୍କ ଚରିତ୍ରରେ ଅଭିନୟ କରିବା ସୈଫଙ୍କ ପାଇଁ ସତରେ ଖୁବ୍ କଷ୍ଟ ବୋଲି ପ୍ରଶଂସକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।