ସେପ୍ଟେମ୍ବର ୪ରେ ଆସିବନି ‘ଲାଲ୍ କପ୍ତାନ୍’
ବଲିଉଡର ନବାବ୍ ବୋଲାଉଥିବାର ସୈଫ୍ ଅଲ୍ଲୀ ଖାନଙ୍କ ଅପକମିଙ୍ଗ୍ ଫିଲ୍ମ ‘ଲାଲ୍ କପ୍ତାନ୍’ ପାଇଁ ପ୍ରଶଂସକଙ୍କୁ ଆହୁରି ଅନେକ ଦିନ ଅପେକ୍ଷା କରିବାକୁ ପଡ଼ିବ । ଏହି ଫିଲ୍ମ ଆସନ୍ତା ସେପ୍ଟେମ୍ବର ମାସରେ ରିଲିଜ୍ ହେବାର ଯୋଜନା ରହିଥିଲା । କିନ୍ତୁ ଏବେ ଏହାର ରିଲିଜ୍ ଡେଟରେ ପରିବର୍ତ୍ତନ କରାଯାଇଛି । ଏହାର ପୋଷ୍ଟ୍ ପ୍ରଡକସନ୍ କାମ ସରିନାହିଁ ଏବଂ ଫିଲ୍ମନିର୍ମାତା ତରବରିଆ ଭାବେ ଫିଲ୍ମର ଏଡିଟିଙ୍ଗ୍ କରିବାକୁ ଚାହୁଁନାହାନ୍ତି ।
ଫିଲ୍ମ ନିର୍ମାତା ଏକଥା ମଧ୍ୟ ଜାଣିଛନ୍ତି ଯେ ରିଲିଜ୍ ଡେଟ୍ ବଦଳାଇଲେ ଏହାକୁ ସୋଲୋ ଡେଟ୍ ମିଳିବ ନାହିଁ । କୌଣସି ଅନ୍ୟ ଫିଲ୍ମର ରିଲିଜ୍ ଡେଟରେ ହିଁ ‘ଲାଲ୍ କପ୍ତାନ୍’କୁ ରିଲିଜ୍ କରିବାକୁ ହେବ । ନବଦୀପ୍ ସିଂଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଦୁଇଜଣ ଭାଇଙ୍କ ମଧ୍ୟରେ ଥିବା ପ୍ରତିଶୋଧକୁ ନେଇ ଆଗକୁ ବଢ଼ିଛି । ଏଥିରେ ସୈଫଙ୍କୁ ଅଘୋରି ଅବତାରରେ ଦେଖିବାକୁ ମିଳିବ । କିଛିଦିନ ଭିତରେ ‘ଜବାନୀ ଜାନେମନ୍’ ସୁଟିଂ ସାରି ସୈଫ୍ ଲଣ୍ଡନରୁ ଫେରିବା ପରେ ଏହି ଫିଲ୍ମର ପ୍ରମୋସନରେ ସମୟ ଦେବେ ।