ପୁଣିଥରେ ପରଦାକୁ ଆସିପାରେ ‘କଭି ହାଁ କଭି ନା’
୧୯୯୪ରେ ରିଲିଜ୍ ହୋଇଥିବା ଶାହରୁଖଙ୍କ ଅଭିନୀତ ‘କଭି ହାଁ କଭି ନା’ ଏକ ନୂଆ ରୂପରେ ଦର୍ଶକଙ୍କ ସାମନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି । କୁନ୍ଦନ ଶାହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ କିଙ୍ଗ ଖାନଙ୍କ କ୍ୟାରିୟରର ଏକ ସଫଳ ଫିଲ୍ମ । ଏହାର ପ୍ରଯୋଜକ ଥିଲେ ବିକ୍ରମ ମେହରୋତ୍ରା । ତେବେ ମିଡିଆ ରିପୋର୍ଟ ଅନୁଯାୟୀ ବିଗତ କିଛି ଦିନ ହେବ ଏହାର ମେକିଙ୍ଗ୍ ରାଇଟ୍ କିଣିବା ପାଇଁ ଶାହରୁଖଙ୍କ ସହିତ ଅନ୍ୟ କେତତେଜଣ ପ୍ରଯୋଜକ ଚେଷ୍ଟା ଚଲାଇଛନ୍ତି ।
ଆଉ ଏକ ଖବର ମଧ୍ୟ ଆସିଛି ଯେ ଏହାର ସତ୍ତ୍ୱାଧିକାର କିଣିବା ପରେ ଶାହରୁଖଙ୍କ ପ୍ରଡକସନ୍ କମ୍ପାନୀ ରେଡ୍ ଚିଲି ପକ୍ଷରୁ ଏହାକୁ ନେଇ ଏକ ୱେବ୍ ସିରିଜ୍ ପ୍ରସ୍ତୁତ କରାଯିବ । କିନ୍ତୁ ଏ ସମ୍ପର୍କରେ ରେଡ୍ ଚିଲି ପକ୍ଷରୁ କୌଣସି ସ୍ପଷ୍ଟ ଖବର ନାହିଁ । କାରଣ ଏବେ ରେଡ୍ ଚିଲି ପକ୍ଷରୁ ୨ଟି ୱେବ୍ ସିରିଜର ପ୍ରସ୍ତୁତି ପର୍ବ ଚାଲିଛି । ଯଦି ଆଗାମୀ ଦିନରେ ସବୁକିଛି ଠିକ୍ ହୁଏ ତେବେ ୱେବ୍ ସିରିଜ୍ ମାଧ୍ୟମରେ ‘କଭି ହାଁ କଭି ନା’ର ଯାଦୁ ପୁଣିଥରେ ଦର୍ଶକ ଓ ପ୍ରଶଂସକଙ୍କୁ କିମିଆ କରିବ ।