ପୁଣିଥରେ ଆସିବ ‘ଜିରୋ’ ଯୋଡ଼ି
ବଲିଉଡ୍ ବାଦଶାହ ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ‘ଜିରୋ’ ପରଠାରୁ ଗାଏବ୍ ଥିବା ଶାହରୁଖ୍ ଖୁବ୍ ଶୀଘ୍ର ବଡ଼ ପରଦାକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି । ‘ଜିରୋ’ର ଯୋଡ଼ି ଶାହରୁଖ୍, କ୍ୟାଟ୍ରିନା ଓ ଆନନ୍ଦ ଏଲ୍ ରୟ ପୁଣିଥରେ ମିଳିତଭାବେ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମ ମୁଖତଃ ଆକ୍ସନ୍ ଭିତ୍ତିକ ଏବଂ ଆନନ୍ଦ ଓ ଶାହରୁଖ୍ ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ବୋଲି ଖବର ମିଳିଛି । କାଟ୍ରିନାଙ୍କୁ ଲିଡ୍ ଲେଡି ଭାବେ ଦେଖିବାକୁ ମିଳିବ ।
କୋରିଆନ୍ କ୍ରାଇମ୍ କମେଡ଼ି ‘ମିସ୍ ଆଣ୍ଡ୍ ମିସେସ୍ କପସ’ର ହିନ୍ଦି ରିମେକ୍ ଭାବେ ଏହାକୁ ପ୍ରସ୍ତୁତ କରାଯାଉଛି । ଫିଲ୍ମର କାହାଣୀ ଦୁଇଜଣ ନାୟିକାଙ୍କୁ ନେଇ ଆଗକୁ ବଢ଼ିବ । ତେଣୁ କ୍ୟାଟଙ୍କ ପରେ ଏବେ ଦ୍ୱିତୀୟ ନାୟିକାଙ୍କ ସନ୍ଧାନ ଜାରି ରହିଛି । ଅନିରୁଦ୍ଧ ଗନପଥିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଦ୍ୱିତୀୟ ନାୟିକା ଭାବେ ବିଦ୍ୟା ବାଲାନଙ୍କୁ ସାଇନ୍ କରାଯାଇପାରେ ବୋଲି ସିନେ ମହଲରୁ ଖବର ଆସିଛି । କିନ୍ତୁ ଏ ସମ୍ପର୍କରେ କୌଣସି ଔପଚାରିକ ଘୋଷଣା ହୋଇନାହିଁ ।