ପୁଲିସ୍ ଅଫିସର୍ ଭୂମିକାରେ କିଙ୍ଗଖାନ୍
ବି ଟାଉନର ରୋମାଣ୍ଟିକ୍ ବୟ ଶାହରୁଖ୍ ଆଗାମୀ ଦିନରେ ଚମ୍ବଲର ପୁଲିସ୍ ଅଫିସର୍ ଭାବେ ନଜର ଆସିବେ । ତିଗମାଂଶୁଙ୍କ ଆଗାମୀ ଫିଲ୍ମର କାହାଣୀ ଚମ୍ବଲର କୁଖ୍ୟାତ ଡକାୟତ ଦଦୁଆଙ୍କ ଜୀବନୀ ଉପରେ ଆଧାରିତ । ଇରଫାନଙ୍କୁ ଦଦୁଆଙ୍କ ଭୂମିକାରେ ସାଇନ୍ କରାଯାଇଛି । ତେବେ କାହାଣୀ ଅନୁଯାୟୀ ଦଦୁଆଙ୍କୁ ଇନକାଉଣ୍ଟର୍ କରିଥିବା ସାହାସୀ ପୁଲିସ୍ ଅଫିସର୍ ଅମିତାଭ ୟଶଙ୍କ ଭୂମିକା ପାଇଁ ଶାହରୁଖଙ୍କୁ ଆପ୍ରୋଚ୍ କରାଯାଇଥିବାର ଖବର ମିଳିଛି । ଯଦି ଏହି ରୋଲ୍ ପାଇଁ ଶାହରୁଖ୍ ହଁ ଭରନ୍ତି, ତାହେଲେ ଇରଫାନ୍ ଓ ଶାହରୁଖଙ୍କ ଏହି ଯୋଡ଼ି ବକ୍ସ ଅଫିସରେ କମାଲ୍ କରିବ ବୋଲି ଫିଲ୍ମ ସମୀକ୍ଷକମାନେ ଏବେଠାରୁ କଳନା କରିସାରିଛନ୍ତି ।
ଅମିତାଭ ୟଶ୍ ୟୁପି କେଡରର ୧୯୯୬ ବ୍ୟାଚର ଆଇପିଏସ୍ ଅଫିସର୍ ଅଟନ୍ତି । ସେ ତାଙ୍କର କ୍ୟାରିୟର୍ ମଧ୍ୟରେ ଅନେକ କୁଖ୍ୟାତ ଅପରାଧିଙ୍କୁ ଏନକାଉଣ୍ଟର୍ କରିଥିବାର ରେକର୍ଡ଼ ରହିଛି । ଅମିତାଭ ମୂଳ ରୂପରେ ବିହାର ବାସିନ୍ଦା ହୋଇଥିବରେ କାହାଣୀର ପ୍ରଥମ ଦୃଶ୍ୟ ବିହାରରୁ ଆରମ୍ଭ ହେବ । ଖୁବ୍ ଶୀଘ୍ର ତିଗମାଂଶୁ ତାଙ୍କର ଏହି ଆଗାମୀ ଫିଲ୍ମର ଔପଚାରିକ ଘୋଷଣା କରିବେ ।