କିଙ୍ଗ୍ ଖାନଙ୍କ ଇଦ୍ ଭୋଜିରେ ବିଶେଷ ବିଦେଶୀ ଅତିଥି

ନିକଟରେ କିଙ୍ଗ୍ ଖାନ୍ ଶାହରୁଖଙ୍କ ପକ୍ଷରୁ ଆୟୋଜିତ ଭବ୍ୟ ଇଦ୍ ଭୋଜିରେ ଅନେକ ନାମୀଦାମୀ ତାରକାଙ୍କୁ ଦେଖିବାକୁ ମିଳିଥିଲା । ଅତିଥିମାନଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ବିଦେଶୀ ଅତିଥି ଡେଭିଡ୍ ଲେଟରମ୍ୟାନ୍ । ଆମେରିକାର ପ୍ରସିଦ୍ଧ ଚ୍ୟାଟ୍ ଶୋ’ର ହୋଷ୍ଟ୍ ହେଉଛନ୍ତି ଡେଭିଡ୍ । ଡେଭିଡ୍ ତାଙ୍କର ଆଗାମୀ ଶୋ’ ‘ମାଇ ନେକଷ୍ଟ୍ ଗେଷ୍ଟ୍ ନିଡସ୍ ନୋ ଇଣ୍ଟ୍ରୋଡକସନ୍’ର ସୁଟିଂ ପାଇଁ ଭାରତ ଆସିଛନ୍ତି । ତେଣୁ ଏହି ମଉକାକୁ ଶାହରୁଖ୍ ଜମାରୁ ହାତଛଡ଼ା କରିନଥିଲେ । ଶାହରୁଖଙ୍କ ନିମନ୍ତ୍ରଣ ଅନୁରୋଧ ରକ୍ଷା କରି ଡେଭିଡ୍ ଇଦ୍ ପାର୍ଟିରେ ସାମିଲ୍ ହୋଇଥିଲେ । କେବଳ ଏତିକି ନୁହେଁ ସେ ଗୌରୀ ଖାନଙ୍କ ଡିଜାଇନର୍ ଷ୍ଟୋରକୁ ମଧ୍ୟ ଯାଇଥିଲେ । ମୁମ୍ବାଇର ଟ୍ରାଫିକକୁ ଡେଭିଡ୍ ଖୁବ୍ ଉପଭୋଗ କଲାଭଳି ମନେ ହେଉଥିଲା ।

କହିରଖୁଛୁ ଗତ ମେ’ ମାସ ୧୬ ତାରିଖରେ ବାଦଶାହ ଶାହରୁଖ୍ ନ୍ୟୁୟର୍କର ଏକ ଷ୍ଟୁଡିଓରେ ସୁଟିଂ କରି ଫେରିଥିବାର ଖବର ମିଳିଥିଲା । ଏହାର ଆଉ କିଛି ଦୃଶ୍ୟ ଭାରତରେ ସୁଟିଂ କରାଯିବ । ତେଣୁ ଡେଭିଡ୍ ଅଧିକ ସମୟ ତାଙ୍କ ପରିବାର ସହିତ ବିତାଉଛନ୍ତି । ଅତିଥିଙ୍କ ସେବା କରିବାରେ ଶାହରୁଖ୍ ମଧ୍ୟ କୌଣସି ପ୍ରକାର ଉଣା କରୁନାହାନ୍ତି ବୋଲି ଖବର ଆସିଛି ।

Leave a Reply

Your email address will not be published. Required fields are marked *