‘ଡନ୍୩’ ଛାଡ଼ିନାହାନ୍ତି କିଙ୍ଗ୍ ଖାନ୍, କନଫର୍ମ କଲେ ଫିଲ୍ମନିର୍ମାତା

‘ଡନ୍୩’ର ଷ୍ଟାରକାଷ୍ଟକୁ ନେଇ ଆଜିକାଲି ଚର୍ଚ୍ଚା ଜୋର୍ ଧରିଛି । ବଲିଉଡ୍ ବାଦଶାହ କିଙ୍ଗ୍ ଖାନ୍ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ କି ନାହିଁ, ତାହାକୁ ନେଇ ସିନେପ୍ରେମୀଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଏବେ ଦୂର ହୋଇଯାଇଛି ଫିଲ୍ମନିର୍ମାତା ଏ ସମ୍ପର୍କରେ କନଫର୍ମ କରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଫିଲ୍ମନିର୍ମାତା କହିଛନ୍ତି ଯେ- ବିଗ୍ ବିଙ୍କ ପରେ ଡନ୍ ଭାବେ ବାଦ୍ଶାହଙ୍କ କ୍ରେଜି ପ୍ରଶଂସକ ମହଲରେ କାହିଁରେ କ’ଣ । ତେଣୁ ଶାହରୁଖଙ୍କ ସ୍ଥାନରେ ଅନ୍ୟ କୌଣସି ଅଭିନେତାଙ୍କୁ ସାଇନ୍ କରାଯିବାର ପ୍ରଶ୍ନ ଉଠୁନି । ଫିଲ୍ମର କାହାଣୀ ଓ ସ୍କ୍ରୀନ୍ ପ୍ଲେ ଫାଇନାଲ୍ ହୋଇପାରୁନଥିବାରୁ ଏବେ ପର୍ଯ୍ୟନ୍ତ ଫିଲ୍ମର ଔପଚାରିକ ଘୋଷଣା କରାଯାଇନାହିଁ । ଏକ ଭଲ କାହାଣୀ ଫାଇନାଲ୍ ହେବା ପରେ ସ୍କ୍ରିପ୍ଟ ଶାହରୁଖଙ୍କ ପାଖକୁ ପଠାଯିବ ।

କହିରଖୁଛୁ ‘ଡନ୍୩’ର ମୁଖ୍ୟ ଷ୍ଟାରକାଷ୍ଟ ଭାବେ ଶାହରୁଖଙ୍କ ବଦଳରେ ରଣବୀର୍ ସିଂଙ୍କୁ ସାଇନ୍ କରାଯିବ ବୋଲି ଉଡ଼ା ଖବର ଶୁଣିବାକୁ ମିଳିଥିଲା । ଏହି ଖବରକୁ ରଣବୀର୍ ସିଂ ମଧ୍ୟ ଭୁଲ୍ ବୋଲି କହିଥିଲେ । ସେ କହିଥିଲେ ଯେ- ‘ଡନ୍’ ଫ୍ରାଞ୍ଚାଇଜ୍ ହେଉଛି ଶାହରୁଖଙ୍କର । ତେଣୁ ‘ଡନ୍ ୩’ ପାଇଁ ମୁଁ ସାଇନ୍ କରିନାହିଁ । ଫିଲ୍ମନିର୍ମାତାଙ୍କ କନଫର୍ମ ସୂଚନା ପରେ ବାଦଶାହଙ୍କ ପ୍ରଶଂସକଙ୍କୁ ଆଶ୍ୱସ୍ତି ମିଳିଛି ।

Leave a Reply

Your email address will not be published.