ପୁଣିଥରେ ରିଲିଜ୍ ହେବ ‘ସାହୋ’
ଯେଉଁ ସିନେପ୍ରେମୀମାନେ ଶ୍ରଦ୍ଧା ଓ ପ୍ରଭାସଙ୍କ ଅଭିନୀତ ଆକ୍ସନ୍ ଭିତ୍ତିକ ଫିଲ୍ମ ‘ସାହୋ’ ଦେଖିପାରିନାହାନ୍ତି, ସେମାନେ ଆଦୌ ନିରାଶ ହୁଅନ୍ତୁ ନାହିଁ । କାରଣ ଏହି ଫିଲ୍ମ ପୁଣିଥରେ ରିଲିଜ୍ କରାଯିବ ବୋଲି ଖବର ଆସିଛି । ଏହା ଆମାଜନ୍ ପ୍ରାଇମ୍ ଭିଡିଓରେ ଅନଲାଇନ୍ ରିଲିଜ୍ ହେବ । ତେଣୁ ଆପଣ ଘରେ ବସି ଏହି ଫିଲ୍ମର ଭରପୁର ମଜା ନେଇପାରିବେ । ‘ବାହୁବଳୀ’ ପରେ ପ୍ରଭାସଙ୍କ ଏହି ହିନ୍ଦୀ ଫିଲ୍ମର ରିଲିଜ୍ ଡେଟକୁ ବଲିଉଡ୍ ଦର୍ଶକ ଅନାଇ ବସିଥିଲେ । ତେଣୁ ୱାଲର୍ଡ଼ ୱାଇଡ୍ କ୍ଷେତ୍ରରେ ଏହା ୪୦୦କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବକ୍ସଅଫିସ୍ କଲେକସନ୍ କରିଥିଲା । ହିନ୍ଦୀ ଭର୍ସନରେ ଏହାର କଲେକସନ୍ ଥିଲା ୧୫୦ କୋଟି ଟଙ୍କା ।
ସୁଜିଥଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ନୀଲ୍ ନିତିନ୍ ମୁକେଶ ଓ ଚଙ୍କି ପାଣ୍ଡେ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ । ବିଗତ କିଛି ସପ୍ତାହ ତଳେ ଜନ୍ ଆବ୍ରାହମଙ୍କ ଅଭିନୀତ ‘ବାଟଲା ହାଉସ୍’ ମଧ୍ୟ ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ୍ କରାଯାଇଥିଲା । ପ୍ରଭାସ ଓ ଶ୍ରଦ୍ଧାଙ୍କ ପ୍ରଶଂସକ ପୁଣିଥରେ ଫିଲ୍ମକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି ।