‘ସାହୋ’ର ଆଉ ଏକ କାରନାମା, ୨୭୯ ଫୁଟ୍ ଉଚ୍ଚରେ ହୋଇଥିଲା ଗୀତର ସୁଟିଙ୍ଗ୍
ନିକଟରେ ଏକ ଖବର ମିଳିଥିଲା ଯେ ‘ସାହୋ’ର ଏକ ସୁଟିଂ ସେଟ୍ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥପାଇଁ ୩୦୦ କୁଶଳୀ କଳାକାର ଲାଗିଥିଲେ ଏବଂ ୨ ବର୍ଷରେ ଏହା ସମ୍ପୂର୍ଣ୍ଣ ହୋଇଥିଲା । ଏବେ ଶ୍ରଦ୍ଧା ଓ ପ୍ରଭାଷ ଷ୍ଟାରର୍ ‘ସାହୋ’ର ଆଉ ଏକ କାରନାମା ସୋସିଆଲ୍ ମିଡିଆରେ ଚହଳ ପକାଇଛି । ‘ସାହୋ’ରେ ଥିବା ଏକ ଗୀତ ‘ଏନ୍ନି ସୋନି…’ର ଦୃଶ୍ୟଗୁଡ଼ିକୁ ୨୭୯ ଫୁଟ ଉଚ୍ଚତାରେ ସୁଟିଂ କରାଯାଇଥିଲା । ଏହି ସୁଟିଂ ସମୟରେ କୌଣସି ବିପଦକୁ ଏଡ଼ାଇଦେବା ପାଇଁ ୧୦୦ ଜଣିଆ ଉଦ୍ଧାରକାରୀ ଦଳଙ୍କୁ ନିଯୁକ୍ତ କରାଯାଇଥିଲା ।
ସ୍ୱିଜରଲ୍ୟାଣ୍ଡରେ ଥିବା ଏହି ଚାଲର୍ସ କୁଆନେନ୍, ବିଶ୍ୱର ସବୁଠାରୁ ଲମ୍ବା ଝୁଲନ୍ତା ଫୁଟବ୍ରିଜ୍ ଉପରେ ଗୀତର ସୁଟିଂ କରାଯାଇଥିଲା । ଜେରମେଟ୍ ଟୁରିଜିମ୍ ଅନୁଯାୟୀ ଏହି ବ୍ରିଜ୍ର ଲମ୍ବ ୧୬୨୧ ଫୁଟ୍ ଓ ଉଚ୍ଚତା ହେଉଛି ୨୭୯ ଫୁଟ । ଏହି ଗୀତକୁ ରଂଘାଭା ଓ ତୁଲସୀ କୁମାର ନିଜ ସ୍ୱରରେ ସଜାଇଥିବାବେଳେ କୋରିଓଗ୍ରାଫି କରିଛନ୍ତି ବୈଭବୀ ମଚେ । ସୁଜିଥ୍ଙ୍କ ନିର୍ଦ୍ଦେଶିତ ଏହି ବିଗ୍ ବଜେଟ୍ ଫିଲ୍ମ ଏକାସାଙ୍ଗରେ ହିନ୍ଦୀ, ତେଲୁଗୁ ଓ ତାମିଲ୍ ଭାଷାରେ ରିଲିଜ୍ ହେବ । ଆସନ୍ତା ୩୦ ତାରିଖରେ ରିଲିଜ୍ ହେବାକୁ ଥିବା ‘ସାହୋ’ରେ ଷ୍ଟଣ୍ଟସହିତ ଗୀତଗୁଡ଼ିକରେ ରେ ଥିବା ଅନେକ ବିପଦପୂର୍ଣ୍ଣ ଦୃଶ୍ୟ ଦର୍ଶକଙ୍କୁ ରୋମାଞ୍ଚିତ କରିବ ବୋଲି ଫିଲ୍ମଟିମ୍ ଆଶା ବାନ୍ଧି ବସିଛନ୍ତି ।