ମରୁଭୂମିରେ ‘ସାହୋ’ର ସେଟ୍, ବଜେଟ୍ ୬୫ କୋଟି

ଆଗାମୀ ଅଗଷ୍ଟ ୩୦ ତାରିଖରେ ସିନେମାଘରକୁ ଆସିବ ପ୍ରଭାସ ଓ ଶ୍ରଦ୍ଧା ଷ୍ଟାରର୍ ‘ସାହୋ’ । କିଛିଦିନ ତଳେ ରିଲିଜ୍ ହୋଇଥିବା ଏହାର ଟିଜରରେ ଏକ ଅତ୍ୟାଧୁନିକ ସହରର ଝଲକ ଦେଖିବାକୁ ମିଳିଥିଲା । ଏହି ଅତ୍ୟାଧୁନିକ ସହରର କରିକଳ୍ପନା ଏବଂ ଏହାର ନଭଶ୍ଚୁମ୍ବି ଅଟ୍ଟାଳିକାର ଦୃଶ୍ୟ ଦର୍ଶକଙ୍କ ପାଇଁ ଥିଲା ଅବର୍ଣ୍ଣନୀୟ । ଏହି ସହର ମଧ୍ୟରେ ପ୍ରଭାସଙ୍କ ଆକ୍ସନ୍ ଓ ବାଇକ୍ ରେସିଙ୍ଗର ଦମଦାର୍ ପରଫରମାନ୍ସ ପ୍ରଶଂସକଙ୍କ ମନରେ ଆଣିଥିଲା ଏକ ଅପୂର୍ବ ସିହରଣ ।

କିନ୍ତୁ ଆପଣ ଜାଣିଛନ୍ତି କି ଏହା କୌଣସି ବାସ୍ତବ ସହର ନଥିଲା । ଏହା ଥିଲା କେବଳ ଏକ ସୁଟିଂ ସେଟ୍ । ଆବୁଧାବିର ମରୁଭୂମିରେ ନିର୍ମିତ ଏହି କାଳ୍ପନିକ ସହର ପାଇଁ ବ୍ୟୟ ଅଟକଳ ଥିଲା ୬୫ କୋଟି ଟଙ୍କା । ଏହି ସହରର ସମ୍ପୂର୍ଣ୍ଣ ରୂପରେଖ ଦେଇଥିଲେ ପ୍ରଡକସନ୍ ଡିଜାଇନର୍ ସାବୁ ସିରିଲ୍ । ଏହାର ନିର୍ମାଣରେ ୨ ବର୍ଷ ସମୟ ଲାଗିଥିଲା ଏବଂ ଏହାକୁ ନିର୍ମାଣ କରିବା ପାଇଁ ସାବୁ ୮ ଥର ଆବୁଧାବି ଗସ୍ତ କରିଥିଲେ । ୩୦୦ ଜଣ ଦକ୍ଷ କାରୀଗରଙ୍କ ସହାୟତାରେ ଏହି ସେଟ୍ ନିର୍ମାଣ କରାଯାଇଥିଲା । ପରଦା ଉପରେ ଏଥିରେ ବାସ୍ତବ ଲୁକ୍ ଆଣିବା ପାଇଁ ଭିଜୁଆଲ୍ ଇଫେକ୍ଟ ଆର୍ଟିଷ୍ଟ୍ ଓ ଡିଜିଟାଲ୍ କମ୍ପୋଜିଟରର୍ସଙ୍କ ମଧ୍ୟ ପ୍ରମୁଖ ଭୂମିକା ରହିଛି । ସୁଜିଥ୍ଙ୍କ ନିର୍ଦ୍ଦେଶିତ ଏହି ବିଗ୍ ବଜେଟ୍ ଫିଲ୍ମ ଏକାସାଙ୍ଗରେ ହିନ୍ଦୀ, ତେଲୁଗୁ ଓ ତାମିଲ୍ ଭାଷାରେ ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *